ଯାଜପୁର : କ୍ୟାସନର ଆକ୍ରାନ୍ତ ବଣ୍ଟି ମୁଣ୍ଡିଆଙ୍କ ଚିକିତ୍ସା ପାଇଁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବଣ୍ଟିଙ୍କ ସଂପର୍କରେ ସୂଚନା ପାଇବା ପରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହି ସହାୟତାକୁ ମଞ୍ଜୁର କରିବା ସହ ବଣ୍ଟିର ଚିକିତ୍ସା ସୁବିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରିବା ପାଇଁ ସି.ଡ଼ି.ଏମ୍.ଓ ଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଜିଲ୍ଲାପାଳ ଆବାସିକ କାର୍ଯ୍ୟାଳୟ ଠାରେ ଡେପୁଟୀ କଲେକ୍ଟର ତଥା ରେଡ଼କ୍ରସ ଶାଖାର ସଂପାଦକ କୁଳମଣି ନାୟକ ଏହି ଅର୍ଥକୁ ବଣ୍ଟିଙ୍କ ମା’ ପ୍ରିତୀ ମୁଣ୍ଡିଆଙ୍କୁ ଏହି ଅର୍ଥ ପ୍ରଦାନ କରିବା ସହ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପ୍ରଦାନ ପାଇଁ ସୂଚନା ଦେଇଥିଲେ ।
ଶୁକ୍ରବାର ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ବଣ୍ଟିଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଅଣାଇଥିଲେ । ସୂଚନା ଯୋଗ୍ୟ ଯେ ଯାଜପୁର ରୋଡ଼ ସ୍ଥିତ ଚୁନଭାଟି ଅଞ୍ଚଳରେ ବସବାସ କରନ୍ତି । ସେ କିଛି ମାସ ତଳେ ଇଲେକ୍ଟି୍ର ଖୁଣ୍ଟରୁ ପଡ଼ିଯିବାରୁ ବାମ ଗୋଡ଼ରେ ଆଘାତ ପ୍ରାପ୍ତ ହୋଇ ଚିକିତ୍ସା ହେଉଥିଲେ ।
ଆର୍ଥିକ ଅନାଟନ କାରଣରୁ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ଗୋଡ଼ଟି କ୍ୟାନସରଗ୍ରସ୍ତ ହୋଇଥିବା ଜଣାଯାଇଥିଲା ତାଙ୍କ ସଂପର୍କରେ ସୂଚନା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜିଲ୍ଳାପାଳ ଶ୍ରୀଦାସ ନିଦେ୍ର୍ଦଶ ଦେଇଥିଲେ । ସେହି ଆଧାରରେ ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ବଣ୍ଟିଙ୍କ ନିକଟକୁ ଯାଇ ତାହାର ଅବସ୍ଥା ଅନୁଧ୍ୟାନ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବାର ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ ଚିକିତ୍ସା ପାଇଁ ଓ ଅନ୍ୟାନ୍ୟ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ସହାୟତା ପାଇଁ ବଣ୍ଟିଙ୍କ ମା’ ରେଡ଼କ୍ରସକୁ ଧନ୍ୟବାଦ ଜଣାଇବା ସହ ଆଗକୁ ପୁଅର ଚିକିତ୍ସାରେ ସହଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ବଣ୍ଟିସହ ଯୋଗାଯୋଗରେ ରହିବାକୁ ଜିଲ୍ଳାପାଳ ନିଦେ୍ର୍ଦଶ ଦେଇଛନ୍ତି ।