Odisha news

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ : ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି

0

ମୁମ୍ବାଇ :  ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅମିତାଭ ନିଜେ ଟୁଇଟ୍ କରି ଏହି ଖବର ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ କର୍ମଚାରୀମାନେ ପରୀକ୍ଷା ଲାଗି ନମୁନା ଦେଇଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି .. ଗତ ୧୦ ଦିନ ମଧ୍ୟରେ ମୋ ନିକଟତର ଥିବା ସମସ୍ତଙ୍କୁ ଅନୁରୋଧ କରାଯାଉଛି ଦୟାକରି ସେମାନେ ନିଜେ ପରୀକ୍ଷା କରାଇ ନିଅନ୍ତୁ।

ଅମିତାଭଙ୍କୁ କରୋନା ହେବା ଖବର ସମଗ୍ର ଦେଶରେ ଥିବା ତାଙ୍କ ଫ୍ୟାନମାନଙ୍କ ମନରେ ନିରାଶା ଖେଳାଇ ଦେଇଛି। ବଚ୍ଚନଙ୍କ ଏହି ଟୁଇଟକୁ ମାତ୍ର ୨୫ ମିନିଟ ଭିତରେ  ୪୩,୦୦୦ ରିଟୁଇଟ୍ କରାଯାଇଥିବା ବେଳେ ୧ ଲକ୍ଷରୁ ଅଧିକ ଲାଇକ୍ କରାଯାଇଛି।

Nalco
Leave A Reply