ଯାଜପୁର ଟାଉନ ନରସିଂହପୁର ସ୍ଥିତ ଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ କ୍ଷୁଦ୍ର ଚଳଚ୍ଚିତ୍ର ‘ସମ୍ପର୍କର ବୋଝ’ର ସୁଟିଂ ·ଲୁ ରହିଛି, ଏହି ଚଳଚ୍ଚିତ୍ର ମାଧ୍ୟମରେ ସମାଜକୁ ବାର୍ତ୍ତା ଦେବା ପାଇଁ ଏମ୍.ବି.ଟି.ଭି ପକ୍ଷରୁ ପ୍ର୍ରୟାସ କରାଯାଇଛି, ସମାଜରେ ବାପା ମା ମାନଙ୍କୁ ଅବହେଳିତ କରୁଥିବା ପିଲା ମାନଙ୍କୁ ସଚେତନତା କରିବା ପାଇଁ ଏକ ସୁନ୍ଦର ପ୍ରୟାସ ସାଧାରଣ ପିଲାମାନେ ବାହାହେଲା ପରେ ବାପା ମା’ଙ୍କ କଷ୍ଟକୁ ଭୁଲିଯାଆନ୍ତି । ଏହି ଚଳଚ୍ଚିତ୍ରରେ ନିଦେ୍ର୍ଦଶକ ସୁରେଶ ରାଜ ଓ ସଙ୍ଗୀତ କୁ ସଜେଇଛନ୍ତି ଓଡ଼ିଶାର ଆଗ ଧାଡ଼ିର ସଙ୍ଗୀତ ନିଦେ୍ର୍ଦଶକ ଦିନେଶ ମଲ୍ଲିକ ଏ ଗୀତକୁ ଗାଇଛନ୍ତି ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ଓ ସତ୍ୟମ ସୁନ୍ଦର ଭାବେ ଗାଇଛନ୍ତି ।
ଏଥିରେ ଅଭିନୟ କରିଛନ୍ତି ପୂର୍ବତନ ସାଂସଦ ଅଞ୍ଚଳ ଦାସଙ୍କ ସମେତ ଯାଜପୁରର ବହୁ ପ୍ରତିଭାବାନ କଳାକାର ଅଭିନୟ କରିଛନ୍ତି । ଏହାକୁ ପରି·ଳନା କରିଛନ୍ତି ପ୍ରଶାନ୍ତ ଗେଡ଼ି ଏବଂ କ୍ୟାମେରା ରେ ଏସ୍ଜେ ସାନୁ ଦାଇତ୍ୱ ପରିବହନ କରିଛନ୍ତି ସୁଟିଂ ଆରମ୍ଭ କରାଯାଇ ଖୁବ୍ ଶୀଘ୍ର ରିଲିଜ୍ ହେବ ବୋଲି ପ୍ରଯୋଜକନ ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ନାରାୟଣ ଚୌଧୁରୀ, ଅଭିନେତା ସୂର୍ଯ୍ୟମଣି ପଣ୍ଡା, ସମାଜ ସେବୀ ବସୁ ଦାଶ, ଗୀତିକାର ନଳିନୀ ପ୍ରଭା ଦାସ, ଅଭିନେତା ପିଣ୍ଟୁ, ମାମୁନି, ଶିଶୁ କଳାକାର ବାବୁ ଓ ୟୁନିୟନ ବ୍ୟାଙ୍କ ର ଜେନେରାଲ ମ୍ୟାନେଜର ରମାକାନ୍ତ ପ୍ରଧାନ ଏଥିରେ ଅଭିନୟ କରିଛନ୍ତି । କାହାଣୀ ଓ ସଂଳାପ ଶ୍ରୀକାନ୍ତ ସୀମା ଓ ସାମ୍ବାଦିକ ଭରତ ନାୟକ, ମାନସୀ ପରିଡ଼ା ଏବଂ କ୍ୟାମେରା ଏସ୍ଜେ ସାନୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରି·ଳନା କରିଛନ୍ତି ।