Odisha news

ଜେଲ୍ ଭିତରେ ୧୫ ବର୍ଷ ବନ୍ଦୀ ହୋଇ ରହି ମଧ୍ୟ ଜଣେ ଆତଙ୍କବାଦୀ କିପରି ହେଲେ ୪ଟି ସନ୍ତାନଙ୍କ ଜନକ? ଆସନ୍ତୁ ଜାଣିବା ତାଙ୍କ ମୁହଁରୁ ଏହି ରୋଚକ କଥା

0
ନୂଆଦିଲ୍ଲୀ : ଇସ୍ରାଏଲ ର ଜେଲ୍ ରେ ଗତ ୧୫ ବର୍ଷରୁ ବନ୍ଦ ରହିଥିବା ଜଣେ ଫିଲିସ୍ତିନି ଆତଙ୍କୀ ରଫାତ ଅଲ କରାବୀ ଦାବି ଦାବି କରିଛନ୍ତି ଯେ ଜେଲ ଭିତରେ ରହି ମଧ୍ୟ ସେ ପୋଲିସ କର୍ମୀ ମଧ୍ୟ ଅଟକାଇ ପାରିଲେ ନାହିଁ l ଜେଲ ଦଣ୍ଡ ଭୋଗ କରୁଥିବା ସମୟରେ ଜେଲ ବାହାରେ ୪ଟି ସନ୍ତାନର ଜନକ ହୋଇଛନ୍ତି l କିନ୍ତୁ ଜେଲ କର୍ତୃପକ୍ଷ ଏହାକୁ ଖାରଜ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଆତଙ୍କବାଦୀ ଜଣଙ୍କ ମାର୍ଚ୍ଚ ୨୦୨୧ ରେ ଜେଲ୍ରୁ ବାହାରକୁ ଆସି ଥିଲା l ଆତଙ୍କବାଦୀ ଜଣଙ୍କ ଗୋଟିଏ ଇଣ୍ଟରଭିୟୁ ରେ ଜେଲ ବନ୍ଦ ରହି ମଧ୍ୟ ବାହାରେ କିପରି ଛୁଆ ଜନ୍ମ କଲେ ତାହା ଏବେ ଗୋଟିଏ ପ୍ରଶ୍ନବାଚୀ ହୋଇ ଯାଇଛି l
ସେ ଦେଇଥିବା ବୟାନ ରେ କହିଛି ଯେ ସ୍ପର୍ମ ସାମ୍ପୁଲ କୁ ଆଳୁ ଚିପ୍ସ ଓ କୁକିଜ ର ପ୍ୟାକେଟ ମଧ୍ୟରେ ଲୁଚାଇ ଜେଲ ବାହାରକୁ ପଠାଉ ଥିଲେ l ସେ ପ୍ୟାକେଟ ଟିକୁ ଖୋଲିବା ପରେ ପୁନର୍ବାର ଠିକ ଭାବରେ ସିଲ କରି ଦେଉଥିଲା l ଯାହା ବିଷୟରେ ପୋଲିସ କର୍ମୀ ମାନେ କୌଣସି ସନ୍ଧାନ ପାଉ ନଥିଲେ l ଏହାପରେ ଉକ୍ତ ଆତଙ୍କବାଦୀ କୁ ପଚରା ଯାଇଥିଲା ଯେ ଏତେ ଗୁଡିଏ କଏଦୀ ଜେଲ ମଧ୍ୟରେ ରହି ସାମ୍ପୁଲ ପଠାଉ ଥିଲେ କେମିତି ଜଣା ପଡିବ କେଉଁ ଛୁଆ କାହାର l ଆତଙ୍କବାଦୀ ଜଣଙ୍କ କହିଛି ଯେ ଆମେ ପ୍ୟାକେଟ ଉପରେ ଲେଖି ଦେଉଥିଲୁ ନିଜ ନାମ ଯାହାଦ୍ୱାରା ଛୁଆ କାହାର ଜାଣି ହେବ l ସେ ଆହୁରି କହିଛି ଯେ କ୍ୟାଣ୍ଟିନ ଜରିଆରେ ସ୍ପର୍ମ ଜେଲ ମଧ୍ୟରୁ ବାହାରକୁ ଯାଉଥିଲା l କିଛି କଏଦୀ ନିଜ ଘର ଲୋକଙ୍କ ପାଇଁ କ୍ୟାଣ୍ଟିନ ରୁ ଗିଫ୍ଟ ପଠାଉ ଥିଲେ l ସେହି ଗିଫ୍ଟ ପ୍ୟାକେଟ ଜରିଆରେ ସେ ସ୍ପର୍ମ ପଠାଉ ଥିଲେ l
Leave A Reply