Odisha news

ଏମିତି ଜଣେ ଥିଲେ ମୋଗଲ ଶାସକ ଯାହାଙ୍କ ମଦ୍ୟପାନ ପାଇଁ କାଶ୍ମୀର ରୁ ଆସୁଥିଲା ବରଫ

0

ଅଜବ ସଉକ  ଥିଲା ଏହି  ଶାସକ ଙ୍କର ,ନିଜ ଗାଧୁଆ ଘରେ ଲଗାଉଥିଲେ ଦରବାର ମଦ୍ୟପାନ ପାଇଁ କାଶ୍ମୀର ରୁ ଆସୁଥିଲା ବରଫ , ଭୋଗ ବିଳାସ ରେ ବିତାଉଥିଲେ ଜୀବନ ,  ୨୦ ଟି ସ୍ତ୍ରୀଙ୍କ ର ସ୍ୱାମୀ ଥିଲେ ଏହି ଶାସକ , ଅଳ୍ପ ଅୟୁରେ ନିଶା ଯୋଗୁଁ ଗଲା ଜୀବନ l
ଐତିହାସିକ ଙ୍କ ମତରେ ମୋଗଲ ଶାସକ ଜାହାଙ୍ଗୀର , ଆକବର ଙ୍କର ସବୁଠୁ ବଡ଼ ପୁଅ ଥିଲେ, ଜାହାଙ୍ଗୀର ଙ୍କର ୨୦ଟି ପତ୍ନୀ ଥିଲେ , ଏବଂ ତାଙ୍କର ଶେଷ ପତ୍ନୀ ଥିଲେ ନୁରଜାହାନ , ଜାହାଙ୍ଗୀର ଙ୍କ ଉପରେ ନୁରଜାହାନ ଙ୍କର ଗଭୀର ପ୍ରଭାବ ଥିଲା, ଜାହାଙ୍ଗୀର ରାଜଦରବାର ରେ ଅନୁପସ୍ଥିତ ଥିବା ବେଳେ ନୁରଜାହାନ ସମସ୍ତ କାର୍ଯ୍ୟ ସମାପନ କରୁଥିଲେ l
ଜାହାଙ୍ଗୀର ଖୁବ ନିଶା ଖୋର ବ୍ୟକ୍ତି ଥିଲେ, ସେ ପ୍ରତିଦିନ ପ୍ରାୟ ୨୦ ଟି ଗ୍ଲାସ ମଦ ସେବନ କରୁଥିଲେ l ୧୪ ଗ୍ଲାସ ଦିନରେ ଏବଂ ୬ ଗ୍ଲାସ ରାତିରେ ପିଉଥିଲେ l ମଦରେ ପକାଇ ପିଇବା ପାଇଁ ବରଫ କାଶ୍ମୀର ରୁ ଆସୁଥିଲା l ଏହା ସହିତ ଅଫିମ ସେବନ ଅଭ୍ୟାସ ମଧ୍ୟ ରହିଥିଲା l ବିବିସି ର ଗୋଟିଏ ରିପୋର୍ଟ ଅନୁସାରେ ଜାହାଙ୍ଗୀର ନିଜ ଶାସନ ସମୟ ରେ ଗାଧୁଆ ଘରେ ନିଜ ଦରବାର ଲଗାଇବାର ପରମ୍ପରା ରଖିଥିଲେ l ଏହି ପରମ୍ପରା କୁ ସେର ସାହା ସୁରୀ ଆରମ୍ଭ କରିଥିଲେ , କାହିଁକିନା ତାଙ୍କ କେଶ ଶୁଖିବା ପାଇଁ ସମୟ ଲାଗୁଥିଲା l
ଜାହାଙ୍ଗୀର ମଧ୍ୟ ଏହି ପରମ୍ପରା କୁ ଆପଣାଇଥିଲେ, ଦ୍ବିପ୍ରହର ର ଦରବାର ସାର୍ବଜନିକ ହେଉଥିଲା, ଏବଂ ସନ୍ଧ୍ୟା ସମୟ ର ଦରବାର ଗାଧୁଆ ଘରେ ହେଉଥିଲା l ସେଠାରେ ସେ ନିଜର ଅତି ନିବିଡ଼ ବନ୍ଧୁଙ୍କ ସହିତ ମଦ୍ୟପାନ କରୁଥିଲେ ଏବଂ ଦରବାର ପରିଚାଳନା କରୁଥିଲେ l  ସେହିଠାରେ ହିଁ ସେ ଶୋଇ ଯାଉଥିଲେ l ଅଧ ରାତିରେ ଉଠି ପୁଣି ଭୋଜନ କରୁଥିଲେ l
ମଦ୍ୟପାନ ସହିତ ଅଫିମ ସେବନ ହେଲା ତାଙ୍କ ପାଇଁ କାଳ , ଜାହାଙ୍ଗୀ ଙ୍କର  ନିଶା ସଉକ ଯୋଗୁଁ ମାତ୍ର ୫୮ ବର୍ଷ ଅୟୁରେ ୧୬୨୭ ରେ ଚାଲିଗଲା ଜୀବନ l

Leave A Reply