Odisha news

ଜଗନ୍ନାଥ ପ୍ରସାଦ ରେ ମେରୁଦଣ୍ଡ ଅନୁଷ୍ଠିତ

0
ଜଗନ୍ନାଥ ପ୍ରସାଦ :13/4:  ଜଗନ୍ନାଥ ପ୍ରସାଦରେ ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ 18 ଦିନିଆ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଆଜି ମାସନ୍ତରେ ମେରୁ ପର୍ବ ଉଦଯାପିତ ହୋଇଯାଇଛି।  ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର ଧବଳେଶ୍ୱର ଶିବ ମନ୍ଦିର ପରିସରରେ ଥିବା କାଳି ଠାକୁରାଣୀଙ୍କ ମନ୍ଦିର ଠାରେ ରୀତିନୀତି ଅନୁଯାଇ ପାଟ ଦଣ୍ଡୁଆଙ୍କୁ ମେରୁଖୁଣ୍ଟିରେ ଝୁଲା ହୋଇଥାଏ l ଏହାକୁ ଦେଖିବା ପାଇଁ ସମସ୍ତ ସାହି ଏବଂ ବଜାର ପରିବେଶ ସମ୍ପୁର୍ଣ୍ଣ ସହର  ଜନ ସମୁଦ୍ର ହୋଇପଡି ଥାଏ l ଦୁଇ ବର୍ଷ ହେଲା ମହାମାରି କରୋନାକୁ  ନେଇ ମେରୁ ଯାତ୍ରା ବନ୍ଦ ହୋଇ ପଡିଥିଲା।
ଏହି ଯାତ୍ରାରେ ସହସ୍ରାଧିକ ଜନ ସମାଗମ ହୋଇଛି l ମା ଦଣ୍ଡ କାଳୀଙ୍କ ଆଶିର୍ବାଦ ଭିକ୍ଷା ଲାଗି ଶହଶହ ସଂଖ୍ୟାରେ ମହିଳା ମାନେ ପ୍ରଚଣ୍ଡ ଖରାରେ ପୋଖରୀ ତୋଠରେ ଅଧିଆ ପଡିଛନ୍ତି। ଏହି ଅଧିଆ ପଡିଲେ ନିଜ ନିଜର ମନସ୍କାମନା ପୁରଣ ହେବା ସହ ଫଳ ପ୍ରାପ୍ତ  ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି l ଏଥି ସହିତ ଭକ୍ତ ମାନେ ଦିନ ସାରା ଉପବାସ ରହି ଥାନ୍ତି ମେରୁ ସରିଲେ ପଣା, ପାଦୁକା ସାରିଥିଲେ |
Leave A Reply