ଠାକୁରମୁଣ୍ଡା ତା ୧୩/୦୪ : ଠାକୁରମୁଣ୍ଡା ବନ୍ୟ ପ୍ରାଣୀ ବିଭାଗ ଦ୍ଵାରା ଗୁରବାର ଦିନ ଠାକୁରମୁଣ୍ଡା ରେଞ୍ଜ ମଣ୍ଡଳଝରି ସଂରକ୍ଷିତ ଜଙ୍ଗଲ ଭିତରେ କରତ ସାହାଯ୍ୟ ରେ କାଠ ଚିରୁ ଥିବା ସମୟରେ ବନ୍ୟ ପ୍ରାଣୀ ବିଭାଗ ର କର୍ମଚାରୀ ମାନେ ଚଢ଼ାଉ କରି ୩ ଜଣ କାଠ କଟାଳି କୁ ଘଟଣାସ୍ଥଳ ରୁ ଗିରଫ କରିଛି।ଗିରଫ ୩ ଜଣ ହେଲେ ମଣ୍ଡଳଝରି ଗ୍ରାମର ଜଗବନ୍ଧୁ ବଦ୍ରା, ଦୁର୍ଯ୍ୟୋଧନ ପୂର୍ତ୍ତି, ନର ବୁଲିଉଳି ବୋଲି ଜଣାପଡିଛି।କାଠ ଚିରା ପାଇଁ ବ୍ୟବହୃତ ଗୋଟିଏ କରତ କୁ କର୍ମଚାରୀ ମାନେ ଜବତ କରିଛନ୍ତି।ଗିରଫ ହୋଈ ଥିବା ଏହି ୩ ଜଣ ଜଙ୍ଗଲ ଭିତରେ ଗୋଟିଏ ଶାଳ ଗଛ କୁ କାଟିବା ପରେ କରତ ସାହାଯ୍ୟରେ ଲୋଗ ତିଆରି କରୁଥିଲେ।ଚଢ଼ାଉ ସମୟରେ ଠାକୁରମୁଣ୍ଡା ବନ୍ୟ ପ୍ରାଣୀ ରେଞ୍ଜର ଙ୍କ ନେତୃତ୍ୱରେ ଫୋରେଷ୍ଟର ଦୁର୍ଗା ଚରଣ ବାସ୍କେ,ମନରମା ଗିରି,ଗୁନାରମ ସିଂ ଖୁଣ୍ଟିଆ,ଗାର୍ଡ ଜ୍ଞାନରଞ୍ଜନ ବେହେରା,ମମିନା ନାଏକ ପ୍ରମୁଖ ସାମିଲ ଥିଲେ।
