ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ବ୍ୟକ୍ତି ଗୁରୁବାର ଦିନ ଶୀଘ୍ର ସୋଇ ପଡ଼ିଥିଲେ ଏବଂ ତାଙ୍କର ରାତି ୨ ତା ବେଳେ ନିଦ ଭାଙ୍ଗି ଯାଇଥିଲା l ଏହା ପରେ ସେ ନିଜର ଇ-ମେଲ ଯାଞ୍ଚ କରିବାକୁ ଲାଗିଲେ l କିନ୍ତୁ ସେ ଭାବି ପାରିଲେ ନାହିଁ ଯେ ତାଙ୍କର ଏହି ଇ-ମେଲ ଯାଞ୍ଚ କରିବା ତାଙ୍କୁ ଏତେବଡ଼ ଖୁସି ଦେବ l ଏହି ବ୍ୟକ୍ତି ଜଣଙ୍କ ପାୱାର ବଲ ଲଟେରୀରେ ୧୦ ମିଲିୟନ ଡଲାରର ଜାକପଟ ହାସଲ କରିଛନ୍ତି l ବ୍ରିସବେନରେ ରହୁଥିବା ଏହି ବ୍ୟକ୍ତି କିଛିଦିନ ତଳେ ଲଟେରୀ କିଣିବାରେ ପଇସା ଲଗାଇଥିଲେ l ଏହି ବ୍ୟକ୍ତି ଜଣଙ୍କ ଯେତେବେଳେ ଅନୁଭବ କଲେ କି ପାୱାର ବଲର ୧୦ ମିଲିୟନ ପୁରସ୍କାର ସେ ଜିତି ସାରିଛନ୍ତି ଏବଂ ତାଙ୍କର ରୋଜଗାର ଅଦ୍ଭୁତ ଭାବରେ ୭୫ କୋଟିରେ ପହଂଚି ଯାଇଛି ସେହି ସମୟରେ ତାଙ୍କ ନିଦ ଉଡି ଯାଇଥିଲା l
ବ୍ୟକ୍ତି ଜଣଙ୍କ କହିଛନ୍ତି ମୁଁ ଭାବିଥିଲି ମୁଁ ୧୦ ହଜାର ଡଲାର ଜିତିଛି ଓ ମୁଁ ଏହାକୁ ନେଇ ନିଜ ମାନେ ମାନେ ଅତ୍ୟନ୍ତ ଖୁସି ଥିଲି l କିନ୍ତୁ ମତେ ଯେତେବେଳେ ଅନୁଭବ ହେଲା ଯେ ମୁଁ ତା ଠାରୁ ଅଧିକ ରାଶି ଜିତିଛି ସେହି ସମୟରେ ମତେ ଆଉ ନିଦ ହୋଇ ନଥିଲା l ମୋ ନିଜର ବିଶ୍ୱାସ ହେଲା ନାହିଁ ତେଣୁ ମୁଁ ମେଲଟିକୁ ବାରମ୍ବାର ଦେଖିଥିଲି l ମୁଁ ପୂର୍ଵରୁ ଯେଉଁ କାମ କରୁଥିଲି ଏତେବଡ଼ ରାଶି ଜିତିବା ପରେ ମଧ୍ୟ ତାହାକୁ ବର୍ତ୍ତମାନ କରୁଛି l ଯଦି ମୁଁ କାମ ନକରିବି ତେବେ ଠିକ୍ ରେ ହୁଏତ ବଞ୍ଚି ପାରିବି ନାହିଁ l ବର୍ତ୍ତମାନ ମୁଁ ନିଜପାଇଁ ଓ ପିତାମାତାଙ୍କ ପାଇଁ ଗୋଟିଏ ଘର କିଣିବାକୁ ଚିନ୍ତା କରୁଛି l ମୁଁ ଠିକରେ କିଛି ସ୍ଥିର କରି ପାରୁନି କାରଣ ଏହି ସବୁ କିଛି ମତେ ଗୋଟିଏ ସ୍ବପ୍ନ ଭଳି ଲାଗୁଛି l