ଜଗତସିଂହପୁର : ନିକଟରେ ଗୁଜୁରାଟ ରାଜ୍ୟ ସୁରଟର ଜୟ ଜଗନ୍ନାଥ ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଗୀତା ପ୍ରଚାର ମଣ୍ଡଳୀ ଆନୁକୂଲ୍ୟରେ ଅନଲାଇନ୍ ରାଷ୍ଟ୍ରୀୟ ଶ୍ରୀମଦ୍ ଭଗବତ ଗୀତା ପ୍ରଶ୍ନ ଏବଂ ଗୀତା କଣ୍ଠପାଠ ସ୍ପର୍ଦ୍ଧା ଅନୁଷ୍ଠିତ ହୋଇଥିଲା ଏଥିରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଗଡକୁଜଙ୍ଗ ଗ୍ରାମ ପଂଚାୟତ ଅନ୍ତର୍ଗତ କୋଚିଆ ସାହି ଗ୍ରାମର ଧୀରେନ୍ଦ୍ର ବେହେରା ସ୍ୱର୍ଣ୍ଣ ଓ ରୈାପ୍ୟ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଶ୍ରୀବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମୁଖ ପ୍ରାଂଗଣରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଉତ୍ତରୀୟ ଓ ପୁଷ୍ପଗଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏନେଇ ଧୀରେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଗୀତା ଜୀବନ ବେଦିରେ ଜ୍ୱଳନ୍ତ ଦୀପଶିଖା । ଗୀତା ହିଁ ଜୀବନ ଜୀବନ ହିଁ ଗୀତା । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଧିକାରୀ ଧରଣୀଧର ପ୍ରଧାନ, ପ୍ରସନ୍ନ କୁମାର ସେଠୀ, ସାମ୍ବାଦିକ ଆଶୁତୋଷ ବେହେରା, ଦୀପକ ମହାନ୍ତି, ମହେଶ୍ୱର ତ୍ରିପାଠୀ,ପବିତ୍ର ମୋହନ ବେହେରା ଓ ନିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.