Odisha news

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବାଇକ : ଦୁଇ ମୃତ୍ୟୁ , ଜଣେ ଆହତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଫିରିଙ୍ଗିଆ-ଗୋଛାପଡା ରାସ୍ତାର ମାଝିପଡା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ବାଇକ୍ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଘାଟିର ଥିବା ଏକ ବୁଲାଣିରେ ବାଇକଟି  ଭାରସାମ୍ୟ ହରାଇ ପ୍ରାୟ ୧୦ ଫୁଟ ତଳକୁ ଖସିପଡିବାରୁ ପଥରରେ ଛେଚି ହୋଇ ଘଟଣାସ୍ଥଳରେ ସଦରଥାନା ବିଶିପଡ଼ା ପଞ୍ଚାୟତର ଡ଼ୁମୁରିଗୁଡ଼ା ଗ୍ରାମର ଶିବାନନ୍ଦ କହଁର (୨୪)ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ। ତେବେ ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଫୁଲବାଣୀ ଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଗୁରୁତର ଅଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ l

Govt

Comments are closed.