ମହାଭାରତ କଥାର ଦୁଇଟି ସ୍ଥମ୍ଭ ରହିଛି l ପ୍ରଥମଟି ହେଉଛି ଶ୍ରୀମଦ ଭାଗବତ ଗୀତା ଓ ଅନ୍ୟଟି ହେଉଛି ବିଦୁର ନୀତି l ବିଦୁରଙ୍କ ମହାତ୍ମା ବିଦୁର ମଧ୍ୟ କୁହାଯାଇଥାଏ ,ମହାଭାରତର ଲୋକ ପ୍ରିୟ ପତ୍ର ମାନଙ୍କର ବିଷୟରେ ଯେତେବେଳେ ଆଲୋଚନା ହୋଇଥାଏ ସେମାନଙ୍କ ଭିତରେ ଗୋଟିଏ ଆସିଥାଏ ବିଦୁରଙ୍କ ନାମ l ପୌରାଣିକ କଥା ଅନୁସାରେ ବିଦୁରଙ୍କ ଧର୍ମରାଜଙ୍କ ଅବତାର ମଧ୍ୟ କୁହାଯାଏ l
ବିଦୁର ସର୍ବଦା ସତ କହୁଥିଲେ –
ବିଦୁର ସତ କହିବାକୁ କେବେବି ଭୟ କରୁ ନଥିଲେ l ସେ ପ୍ରଥମ ବ୍ୟକ୍ତି ଥିଲେ ଯିଏକି ମହାଭାରତ ଯୁଦ୍ଧକୁ ବିନାଶକାରି କହିଥିଲେ ଓ ତାକୁ ଅଟକାଇବା ପାଇଁ ଧୃତରାଷ୍ଟ୍ରଙ୍କୁ ପ୍ରାଥନା କରିଥିଲେ l ଧୃତରାଷ୍ଟ୍ର ଥରେ ବିଦୁରଙ୍କ ଜ୍ଞାନୀ କିଏ ବୋଲି ପଚାରିଥିଲେ l
ବିଦୁରଙ୍କ ମତରେ ଜ୍ଞାନୀ କିଏ –
ଯେତେବେଳେ ବିଦୁରଙ୍କ ଧୃତରାଷ୍ଟ୍ର ଜ୍ଞାନୀ କିଏ ବୋଲି ପଚାରି ଥିଲେ ତାର ଉତ୍ତରରେ ବିଦୁର କହିଥିଲେ ମହାରାଜ ,ଯେଉଁ ବ୍ୟକ୍ତି ଦୁର୍ଲଭ ବସ୍ତୁକୁ ପାଇବା ପାଇଁ ଇଛା ରଖିନଥାଏ ,ଚାଲିଯାଇଥିବା ବସ୍ତୁ ବିଷୟରେ ଚିନ୍ତା କରି ନଥାଏ ,ଅସୁବିଧା ସମୟରେ ଭୟ ନକରି ତାହାକୁ ସାମ୍ନା କରିଥାଏ ,ଏବଂ ସମସ୍ତ କାର୍ଯ୍ୟକୁ ଉତ୍ସହର ସହିତ ଆରମ୍ଭ କରି ପରିଣାମ ପାଖରେ ପହଂଚିଥାଏ ଏବଂ ମନକୁ ନିୟନ୍ତ୍ରକାରୀ ନିଜ ଅଧୀନରେ ରଖେ ,ସେହି ଭଳି ବ୍ୟକ୍ତି ଜ୍ଞାନୀ ଅଟେ l
ବିଦୁରଙ୍କର ଏହି ଉତ୍ତରରେ ଧୃତରାଷ୍ଟ୍ର ପଚାରିଛନ୍ତି ସମ୍ମାନ ଲାଭକାରୀ ଜଣେ କିପରି ଅହଂକାରୀ ହେବ ନାହିଁ l ଏହାର ଉତ୍ତରରେ ବିଦୁର କହିଛନ୍ତି ଯେଉଁ ବ୍ୟକ୍ତି ପ୍ରଶଂସା ଓ ସମ୍ମାନ ପାଇ ଅହଂକାର କରି ନଥାଏ ଓ ଅପମାନ ସହିବାର କ୍ଷମତା ରଖିଥାଏ ସେହିଭଳି ବ୍ୟକ୍ତିର ହୃଦୟ ସମୁଦ୍ର ଭଳି ଗଭୀର ଅଟେ ଓ ସେ ହିଁ ପ୍ରକୃତ ଜ୍ଞାନୀ ଅଟେ l
Comments are closed.