Odisha news

ଭକ୍ତକବି ମଧୁସୂଦନ ରାଓଙ୍କ ୧୦୮ତମ ଶ୍ରାଦ୍ଧ ଉତ୍ସବ ପାଳିତ

0

ଜଗତସିଂହପୁର,୨୮ା୧୨: ପୂଜ୍ୟପୂଜାର ଅଗ୍ରଣୀ ଅନୁଷ୍ଠାନ ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଭକ୍ତକବି ମଧୁସୂଦନ ରାଓଙ୍କ ୧୦୮ତମ ଶ୍ରାଦ୍ଧବାର୍ଷିକୀ ଆଜି ସ୍ଥାନୀୟ ତରଡାପଡାଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆ·ର୍ଯ୍ୟ ଏଥିରେ ଅଧ୍ୟକ୍ଷତା କରି ମଧୁସୂଦନଙ୍କ ପରି ସୁଯୋଗ୍ୟ ସାରସ୍ୱତ ସନ୍ତାନଙ୍କୁ ଜନ୍ମ ଦେଇ ଉକôଳ ଜନନୀ ଧନ୍ୟ ହୋଇଛି ବୋଲି କହିଥିଲେ ।

ଆଲୋଚନାରେ ଅଂଶଗ୍ରହଣକରି ବରିଷ୍ଠ ଶିକ୍ଷକ ପ୍ରଭାକର ସାହୁ ତାଙ୍କ ବକ୍ତବ୍ୟରେ ଭକ୍ତକବି ମଧୁସୂଦନ ରାଓଙ୍କ ବର୍ଣ୍ଣବୋଧ ଓଡ଼ିଆ ଭାଷାର ଅକ୍ଷର ବେଦ ବୋଲି କହିବା ସହ ଯିଏ ମଧୁସୂଦନଙ୍କ ବର୍ଣ୍ଣବୋଧ ପଢିନାହିଁ ସିଏ ଓଡ଼ିଆ ଭାଷାରେ ପ୍ରବେଶ କରିପାରିନାହିଁ ବୋଲି କହିଥିଲେ ।

ଅନ୍ୟତମ ଆଲୋଚକ ଭାବେ ଶିକ୍ଷକ କମଳ ଲୋଚନ ବିଶ୍ୱାଳ ଭକ୍ତକବିଙ୍କ ରଚିତ ‘ଈଶ୍ୱର ଦୟାର ସାଗର, ତାଙ୍କର ମହିମା ସୁମର’, ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’ ଏବଂ ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହି ଥାଏ ନିରନ୍ତର’ କବିତା ଗୁଡିକର ମୂଲ୍ୟାୟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ବିଚିତ୍ରାନନ୍ଦ ତ୍ରିପାଠୀ, ତରଡାପଡା ଆଇଟିଆଇର ନିଦେ୍ର୍ଦଶକ ରଶ୍ମୀରଞ୍ଜନ ମିଶ୍ର ,ପ୍ରକାଶ କୁମାର ଷଡଙ୍ଗୀ,ଶିକ୍ଷୟିତ୍ରୀ ସୈାଦାମିନୀ ସାହୁ,ପ୍ରିୟଦର୍ଶିନୀ ଦାସ, ସୁଶ୍ରୀ ଅଞ୍ଜୁଷା ଓ କନକ ମୁଦୁଲି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ

Leave A Reply