ଆମ ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ମାନଙ୍କ ମଧ୍ୟରୁ ଲିଭର ଗୋଟିଏ l ଯାହାର ଆମେ ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ l ଲିଭର ସମସ୍ତ ପୋଷାକ ତତ୍ୱ ପ୍ରୋଟିନ ,ଭିଟାମିନ , ମିନେରାଲସ ସବୁ କୁ ଅଲଗା ଅଲଗା କରିଥାଏ l ଏହାପରେ ଏହି ପୋଷକତତ୍ୱ ଆବଶ୍ୟକ ଅନୁସାରେ ଶରୀରର ସମସ୍ତ ଅଙ୍ଗକୁ ଯାଇଥାଏ l ତେଣୁକରି ଲିଭର ରେ ଯଦି କୌଣସି ଅସୁବିଧା ହୁଏ ଏହାର ପ୍ରଭାବ ସମ୍ପୂର୍ଣ ଶରୀର ଉପରେ ପଡିଥାଏ l ତେବେ ଆଜି ଆସନ୍ତୁ କିଭଳି ଖାଦ୍ୟ ଲିଭର ପାଇଁ ଆବଶ୍ୟକ l
* ହଳଦୀ ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ l ଏହା ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଉପକାରୀ l ଯଦି ଆପଣଙ୍କ ଲିଭର ସହିତ ଯୋଡି ହୋଇଥିବା କୌଣସି ରୋଗ ଓ ସଂକ୍ରମଣ ରହିଛି ତେବେ ହଳଦୀ ସେବନ କରିବା ଆବଶ୍ୟକ l ଏହା ଗୋଟିଏ ଏପରି ଔଷଧ ଯାହା ଲିଭର କୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l ଆପଣ ହଳଦୀକୁ ଉଷୁମ ପାଣି କିମ୍ବା ଉଷୁମ କ୍ଷୀର ସହିତ ସେବନ କରି ପାରିବେ l
* ବିଟ ରୁଟ ରେ ବିଟାକେରୋଟିନ ରହିଛି l ଯାହା ଲିଭର କୁ ଡ୍ୟାମେଜ ହେବାରୁ ରକ୍ଷା କରିଥାଏ l ଏହାକୁ ନିଜ ଭୋଜନରେ ସାମିଲ କରିବା ଦ୍ୱାରା ଲିଭର କୁ ଅନେକ ଲାଭ ମିଳିଥାଏ ଓ ଲିଭର ଠିକ ଭାବରେ କାର୍ଯ୍ୟ କରିଥାଏ l
* ସେଓ ସେବନ କରିବା ଦ୍ୱାରା ଶରୀରର ଅଧିକାଂଶ ରୋଗରୁ ଲାଭ ମିଳିଥାଏ l ସେଓ ରେ ପ୍ରଚୁର ମାତ୍ରାରେ ଡାଏଟ୍ରି ଫାଇବର ଅଛି l ଯାହାକି ଆମର ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ l
* ରସୁଣରେ ଇଲିସିନ ନାମକ ତତ୍ୱ ରହିଛି l ଯାହା ପ୍ରାକୃତିକ ଭାବରେ ଲିଭର କୁ ସୁସ୍ଥ ରଖିଥାଏ l ତେଣୁ ନିୟମିତ ରସୁଣ ଖାଇବା ଆବଶ୍ୟକ l
* ଗ୍ରୀନ ଟି ଶରୀର ପାଇଁ ଖୁବ ଉପଯୋଗୀ l କିନ୍ତୁ ଲିଭର ର ସମସ୍ୟା କୁ ଦୂର କରିବା ପାଇଁ ଗ୍ରୀନଟି ପୀଇବ ଖୁବ ଭଲ l ଗ୍ରୀନଟି ପିଇବା ଦ୍ୱାରା ଲିଭର ରୁ ଚର୍ବି କମି ଯାଇଥାଏ ଓ ଲିଭର କୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ l
Comments are closed.