ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଗଷ୍ଟ ୧୬ ଶୁକ୍ରବାର ଆର୍ଥ ଅବଜରଭେସନ୍ସା ଟେଲାଇଟ୍-୮(ଇଓଏସ-୦୮) ଉତ୍କ୍ଷେପଣ କରିଛି। ପୂର୍ବାହ୍ନ ୯ଟା ୧୭ରେ ଏହି ଉପଗ୍ରହଏସଏସଏଲଭି-ଡି୩ ଲଞ୍ଚ ଯାନ ସାହାଯ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରାଯାଇଛି।
ଏହି ଉପଗ୍ରହ ପୃଥିବୀର କକ୍ଷପଥଠାରୁ ପ୍ରାୟ ୪୭୫ କିଲୋମିଟର ଦୂରରେ ସ୍ଥାପିତ ହେବ। ଏହା ଏକ ବର୍ଷ ପାଇଁ କାମ କରିବ। ଇଓଏସ-୦୮ ଉପଗ୍ରହ ଉତ୍କ୍ଷେପଣର ଉଦ୍ଦେଶ୍ୟ ହେଉଛି ଏହା ପରିବେଶ ଏବଂ ବିପର୍ଯ୍ୟୟ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବ।
ଇଓଏସ-୦୮ ଉପଗ୍ରହରେ ତିନୋଟି ପେଲୋଡ୍ ଅଛି। ଏଥିରେ ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନଏସଏସ-ଆର) ଏବଂ ଏସଆଇସି-ୟୁଭି ଡୋସିମିଟର ଅନ୍ତର୍ଭୁକ୍ତ।
ସମୁଦ୍ର ପୃଷ୍ଠରେ ପବନକୁ ବିଶ୍ଳେଷଣ କରିବା, ମୃତ୍ତିକାର ଆର୍ଦ୍ରତାକୁ ଆକଳନ କରିବା, ବନ୍ୟା ଚିହ୍ନଟ କରିବା ପାଇଁ ରିମୋଟ ସେନ୍ସିଙ୍ଗ କ୍ଷମତା ପାଇଁ ଜିଏନଏସଏସ-ଆର ବ୍ୟବହୃତ ହେବ। ଏସଆଇସି ୟୁଭି ଡୋସିମିଟର ଗଗନୟାନ ମିଶନ୍ ପାଇଁ ଅତିବାଇଗଣି ରଶ୍ମୀ ଉପରେ ନଜର ରଖିବ।