ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବଢୁଥିବା ସଂକ୍ରମଣ ର ମାମଲାକୁ ଦେଖି ଇଶ୍ରାଇଲ ନିଜର ନାଗରିକ ମାନଙ୍କୁ ଭାରତ ଓ ଅନ୍ୟ ୬ ଟି ଦେଶକୁ ଯିବାପାଇଁ ପ୍ରତିବନ୍ଧକ ଲାଗିଛି ।ଶୁକ୍ରବାର ଦିନ ଇଶ୍ରାଇଲର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବରେ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା ।ଯେଉଁଥିରେ କୁହାଯାଇଥିଲା ଇଶ୍ରାଇଲି ର ନାଗରିକ ମାନେ ୟୁକ୍ରେନ,ବ୍ରାଜିଲ,ଇଥୋପିଆ,ଦକ୍ଷିଣ ଆଫ୍ରିକା , ମେକ୍ସିକୋ,ତୁର୍କୀ ଓ ଭାରତକୁ ଯିବାପାଇଁ ଦିଆଯିବ ନାହିଁ । ଏହି ଆଦେଶ ମଇ ୩ ତାରିଖ ଠାରୁ ମଇ ୧୬ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ ।
ଅଣ ଈଶ୍ରାଇଲ ନାଗରିକ ଏହି ସବୁ ଦେଶକୁ ଯାଇ ପାରିବେ ,କିନ୍ତୁ ସେମାନଙ୍କୁ ଏହି ନିୟମରେ ଲାଗୁ କରାଯିବ ନାହିଁ ଏହି ଦେଶ ଗୁଡ଼ିକ ମଧ୍ୟରୁ ଯେକୌଣସି ଦେଶକୁ ଯିବାକୁ ହେଲେ ସେଠାରେ ୧୨ଘଣ୍ଟାରୁ ଅଧିକ ଏହି ପାରିବେ ।ଇତି ମଧ୍ୟରେ ଈଶ୍ରାଇଲି ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ରଖିଚି ଯେ ଯେଉଁ ଲୋକ ମାନେ ଏହି ୭ଟି ଦେଶରୁ ଫେରୁଛନ୍ତି ସେମାନଙ୍କୁ ଦୁଇ ସପ୍ତାହ ପାଇଁ ସଂଗରୋଧରେ ରହିବାକୁ ପଡିବ । ସେମାନେ କରୋନା ନେଗେଟିଭ ଓ ଟିକା ନେଇ ସାରିଥିଲେ ମଧ୍ୟ ମାନିବାକୁ ବାଧ୍ୟ । ଯେଉଁ ଲୋକ ମାନଙ୍କର ଦୁଇଟି କରୋନା ପରୀକ୍ଷା ନେଗେଟିଭ ଆସିବା ସନଙ୍କୁ ୧୦ ଦିନ ପାଇଁ ସଙ୍ଗରୋଧରେ ରଖାଯିବ । ଏହିସବୁ ଅତିରିକ୍ତ ନିୟମ ମଇ ୩ ତାରିଖ ଠାରୁ ଲାଗୁ କରାଯିବ ।