Odisha news

ESIC Covid -19 Relief Scheme : କରୋନା ମୃତକ ମାନଙ୍କୁ ମିଳିବ ଅତିକମ୍ ରେ ମିଳିବ ମାସକୁ ପେନସନ , ଶ୍ରମ ମନ୍ତ୍ରଣାଳୟ ର ବଡ ଘୋଷଣା

ନୂଆଦିଲ୍ଲୀ : ଏମ୍ପ୍ଲୋଇମେଣ୍ଟ ଷ୍ଟେଟ୍ ଇନ୍ସୁରାନ୍ସ କର୍ପୋରେସନ ( ESIC ) ନିକଟରେ କୋଭିଡ -୧୯ ରିଲିଫ୍ ସ୍କିମ୍ ମଞ୍ଜୁରୀ ଦେଇଛନ୍ତି । ସ୍କୁମ୍ ର ଉଦେଶ୍ୟ ହେଲା ESIC କାର୍ଡ ଧାରୀ ମାନଙ୍କୁ କରୋନା ରେ ମୃତ୍ୟୁ ହେବା ଦ୍ବାରା ତାଙ୍କର ଆଶ୍ରିତ ମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବ । ESIC ର ଇଁଶ୍ୟୋର୍ କର୍ମଚାରୀ ଙ୍କ ର ଯଦି କରୋନା ରେ ମୃତ୍ୟୁ ହେଉଛି ତେବେ ତାର ପରିବାରକୁ ପ୍ରତି ମାସରେ ଅତି କମ୍ ରେ ୧୮୦୦ଟଙ୍କା ପେନସନ ପ୍ରଦାନ କରାଯିବ । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ୍ ଶ୍ରମ ମନ୍ତ୍ରଣାଳୟ ଏହି ସ୍କିମ କୁ ଅନୁମୋଦନ ଦେଇଛି ।

ଏହି ସ୍କୀମ ଅନୁସାରେ ଏହିସବୁ ଲାଭ ପ୍ରଦାନ କରାଯିବ –
ESIC ର ଇଁଶ୍ୟୋରଂସ୍ କମିଶନର M.K. Sarma କହିଛନ୍ତି ଏହି ସ୍କିମ ଯୋଜନା ଅନୁସାରେ ଆବେଦନ କରିଥିବା ମୃତ କର୍ମଚାରୀଙ୍କ ଦରମା ତାଙ୍କ ପରିବାର କୁ ମିଳିବ ।

ESIC ରେ ଯୋଗଦାନ କରିଥିବା ବ୍ୟକ୍ତିଙ୍କର ଯଦି କରୋନା ରେ ମୃତ୍ୟୁ ହୋଇଯାଏ ତେବେ ତେବେ ତାଙ୍କ ପରିବାରର ପତ୍ନୀ , ଛୁଆ ,ନିର୍ଭର ଶିଳ ପିତାମାତା ଓ ଭାଇଭଉଣୀ ଙ୍କୁ ପ୍ରତେଜ୍ ମାସରେ କର୍ମଚାରୀ ଙ୍କ ର ଅନ୍ତିମ ଦରମା ର ୯୦% ମିଳିବ ।

ଏହି ସ୍କିମ ଅନୁସାରେ ଯଦି କୌଣସି କମ୍ପାନୀ ର ବ୍ୟକ୍ତି ଗୋଟିଏ ବର୍ଷ ମଧ୍ୟରେ ଅତି କମ୍ ରେ ୭୦ଦିନ ESIC ରେ ଯୋଗଦାନ ଦେଇଛି ତେବେ , ଏଭଳି କର୍ମଚାରୀ ଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ଏଭଳି ସ୍କିମ ର ଲାଭ ଉଠାଇ ପାରିବେ । ଏହା ବ୍ୟତୀତ କର୍ମଚାରୀଙ୍କୁ କୋଭିଡ ହେବା ପୂର୍ବରୁ କୌଣସି କମ୍ପାନୀ ରେ ୩ମାସ ଚାକିରୀ କରିଥିବା ଆବଶ୍ୟକ । କାର୍ଯ୍ୟ କରୁଥିବା ସମୟରେ ଯଦି ଉକ୍ତ କର୍ମଚାରୀଙ୍କ ର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ଏହି ସୁଯୋଗ ପାଇ ପାରିବେ ।

Comments are closed.