Odisha news

ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବେ ବିରାଟ: ଇର୍ଫାନ

0

ନୂଆଦିଲ୍ଲୀ,୨୪ା୮(ଏଜେନ୍ସି): କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମ ଦେଇ ଗତି କରୁଥିବା ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବେ ବୋଲି ପୂର୍ବତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନ ଆଶାବ୍ୟକ୍ତ କରିଛନ୍ତି । ଯଦି ଏଭଳି କରିବାରେ କୋହଲି ସକ୍ଷମ ହୁଅନ୍ତି ତେବେ ସେ ସଚିନଙ୍କ ପରେ ଦ୍ରୁତତମ ଶତକରୁ ଶତକ ହାସଲ କରିବାର ରେକର୍ଡ କରିବେ । ଷ୍ଟାର ସ୍ପୋର୍ଟ୍ସର କ୍ରିକେଟ୍‌ କନେକଡେଟ ଶୋ’ରେ ଇର୍ଫାନ ପଠାନ ଏଭଳି ମତ ରଖିଛନ୍ତି । ୩୧ ବର୍ଷୀୟ କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ହାସଲ କରିସାରିଛନ୍ତି । ୨୪୮ଟି ଦିନିକିଆ ମ୍ୟାଚରୁ ୪୩ଟି ଶତକ ଏବଂ ୮୬ଟି ଟେଷ୍ଟରୁ ୨୩ଟି ଶତକ ମାରିଛନ୍ତି । ୨୦୧୩ରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ସଚିନ ତେନ୍ଦୁଲକର ଟେଷ୍ଟରେ ୫୧ଟି ଶତକ ଏବଂ ଦିନିକିଆରେ ୪୯ଟି ଶତକ ହାସଲ କରିଥିଲେ । ପଠାନଙ୍କ ମତରେ କୋହଲି ଅବସର ପୂର୍ବରୁ ସଚିନଙ୍କୁ ଶତକରେ ଟପି ଯାଇଥିଲେ ।

Leave A Reply