Odisha news

ସାଉଥମ୍ପଟନ୍‌ ତୃତୀୟ ଟେଷ୍ଟ ପାକିସ୍ତାନକୁ ଫଲୋଅନ୍‌

0

ସାଉଥମ୍ପଟନ୍‌,୨୪ା୮(ଏଜେନ୍ସି): ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ଫଲୋଅନ୍‌ର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୫୮୩/୮ ରନ୍‌ କରି ପାଳି ଘୋଷଣା କରିଥିଲା । ଜବାବରେ ପାକିସ୍ତାନ ୨୭୩ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଫଲୋଅନ୍‌ ପରେ ପାକିସ୍ତାନ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ପୁଣି
ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି । ଶେଷ ଖବର ଶୁଦ୍ଧା ଚତୁର୍ଥ ଦିନ ପାକିସ୍ତାନ ୨୫ ଓଭରରେ ୧ ୱିକେଟ ହରାଇ ୫୧ ରନ୍‌ କରିଛି । ଆବିଦ ଅଲ୍ଲୀ ୨୬ ଓ ଆଝାର ଅଲ୍ଲୀ ବିନା ସ୍କୋରରେ ଅପରାଜିତ ଥିଲେ । ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ଏକମାତ୍ର ୱିକେଟ୍‌ ସଫଳତା ହାସଲ କରିଥିଲେ । ପାକିସ୍ତାନ ଚତୁର୍ଥ ଦିନ ପ୍ରାରମ୍ଭରୁ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା । ବାରମ୍ବାର ବର୍ଷା କାରଣରୁ ପାକିସ୍ତାନ ଇନିଂସ୍‌ର ମାତ୍ର ୨୫ ଓଭର ଖେଳ ସମ୍ଭବ ହୋଇପାରିଛି । ଶେଷ ଖବର ସୁଦ୍ଧା ପାକିସ୍ତାନ ୨୫ ଓଭରରେ ଓପନର ସାନ ମାସୁଦ (୧୮ ରନ୍‌)ଙ୍କ ୱିକେଟ୍‌ ହରାଇ ୫୧ ରନ୍‌ କରିଛି । ପୂର୍ବରୁ ପ୍ରଥମ ଇନିଂସ୍‌ରେ ପାକିସ୍ତାନ ଅଧିନାୟକ ଆଝାର ଅଲ୍ଲୀ ଅପରାଜିତ ୧୪୧ ରନ୍‌ କରିଥିଲେ । ତାଙ୍କ ବ୍ୟତୀତ ମହମ୍ମଦ ରିଜୱାନ ୫୩, ୟାସିର ଶାହ ୨୦, ଫୱାଦ ଆଲମ୍‌ ୨୧ ରନ୍‌ କରିଥିଲେ । ଦ୍ୱିତୀୟ ଇନିଂସ୍‌ ସୁଦ୍ଧା ପାକିସ୍ତାନ ୨୫୯ ରନ୍‌ ପଛରେ ରହିଛି । ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ପାକିସ୍ତାନକୁ ପଞ୍ଚମ ଦିନ ସମ୍ପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ ।

Leave A Reply