ନୂଆଦିଲ୍ଲୀ : ଦୁନିଆରେ ଗୋଟିଏ ଏଭଳି ଦେଶ ରହିଛି, ଯେଉଁଠି ମଦ୍ୟପାନ କଲେ ମିଳିଥାଏ ମୃତ୍ୟୁଦଣ୍ଡ, ଯାହା ଟିକେ କାନକୁ ଶୁଣିବା ପାଇଁ ଅଖାଡୁଆ ଲାଗୁଛି l ଆପଣମାନେ ଭାବୁଥିବେ କଁ ଏଭଳି କିଛି ଘଟିପାରେ ? କିନ୍ତୁ ହଁ ଆଜ୍ଞା ଏହି ଦେଶଟି ହେଉଛି ଭାରତର ପଡୋଶୀ ଦେଶ ଇରାନ, ଇରାନ ରେ ମଦ୍ୟପାନ ନିଷେଧ ଅଟେ l ମଦ୍ୟପାନ କୁ ନେଇ ଏଠାରେ ରହିଛି କଠୋର ଦଣ୍ଡ l ଏଠାରେ ଆଲକୋହଲ ଉତ୍ପାଦନ କରିବା, ବିକ୍ରୀକରିବା, ରଖିବା କିମ୍ବା ତାର ବ୍ୟବହାର କରିବା ଅପରାଧ ଶ୍ରେଣୀରେ ଆସିଥାଏ l ଯଦି ଏଠାରେ ଭୁଲ ରେ ସୁଧା ମଦ୍ୟପାନ କରିବେ ତେବେ ମିଳିଥାଏ କଠୋର ଦଣ୍ଡ l
ଇରାନ ଗୋଟିଏ ଏଭଳି ଯେଉଁଠି ମଦ କିଣିବା ଓ ବିକ୍ରି କଲେ ଦେବାକୁ ପଡିଥାଏ ମୋଟା ଅଙ୍କ ର ଫାଇନ, ପାଖାପାଖି ଇରାନ ମୁଦ୍ରାରେ ୮୦ କୋଟି ଟଙ୍କା l ଏହାଛଡା ଜେଲ୍ ମଧ୍ୟ ଯିବାକୁ ପଡିପାରେ l ଇରାନ ରେ ମଦ୍ୟପାନ ପାଇଁ କୌଣସି ବୟସ ସୀମା ନଥାଏ l ତେଣୁ ଆପଣ ଯେଉଁ ଆୟୁ ସୀମାର ହୋଇ ଥାଆନ୍ତୁ ନାକାହିଁକି ଆପଣଙ୍କୁ ତୁରନ୍ତ ଗିରଫ କରାଯିବ l ମଦ୍ୟପାନ ଯୋଗୁଁ ଆପଣ ଜେଲ ମଧ୍ୟ ଯାଇପାରନ୍ତି l ଆପଣଙ୍କୁ ଇରାନ ସରକାର ୪ଥର କ୍ଷମା କରିବେ ଏବଂ ପଞ୍ଚମ ଥର ଧରାପଡ଼ିଲେ ଫାସୀ ଦଣ୍ଡରେ ଦଣ୍ଡିତ କରିପାରନ୍ତି l ଇରାନ ସରକାର ଙ୍କ ଏହି କଠୋର ନୀତି କାରଣରୁ ସେଠାକାର ଲୋକେ ନକଲି ମଦ୍ୟପାନ କରି ରୋଗରେ ପଡୁଛନ୍ତି, ଏବଂ ମୃତ୍ୟୁଦଣ୍ଡ ଭୟରେ ଡାକ୍ତରଙ୍କୁ ପରାମର୍ଶ ମଧ୍ୟ କରନ୍ତିନାହିଁ l ଇରାନ ସରକାର ଙ୍କ କଠୋର ନୀତି ଅନୁସାରେ ଏଠାରେ ମଦ ବ୍ୟାନ ଅଟେ, ଏବଂ ଲୋକେ ନକଲି ମଦ୍ୟପାନ କରି ମୃତ୍ୟୁମୁଖରେ ପଡୁଛନ୍ତି l
ଆପଣ ଭାବୁଥାଇ ପାରନ୍ତି ଯେ ଏହି ନିୟମ କେବଳ ଇରାନ ବାସୀଙ୍କ ପାଇଁ ନା ଏଠାକୁ ଆସୁଥିବା ପର୍ଯ୍ୟଟକ ଙ୍କ ପାଇଁ ମଧ୍ୟ ଲାଗୁ l ଆଜ୍ଞା ଏହି ନିୟମ ଏଠାରେ ସମସ୍ତଙ୍କ ପାଇଁ ଲାଗୁ ହୋଇଥାଏ l ଏଠାରେ ଆପଣଙ୍କୁ କୌଣସି ମଦ ଦୋକାନ, ବାର କିମ୍ବା ନାଇଟ କ୍ଲବ ମିଳିବ ନାହିଁ l ଯଦି ଆପଣ ଭାବୁଥିବେ ଯେ ଆପଣ ନିଜ ସହିତ କିଛି ମଦ ନେଇ ସେଠାରେ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବେ ତେବେ ଏହା ଅସମ୍ଭବ l କାହିଁକି ନା ଇରାନ କୁ ମଦ ନେବା ଅବୈଧ ଅଟେ l ବିଶେଷ ଭାବରେ ଇରାନ ର ବିମାନ ବନ୍ଦର ରେ ଜିନିଷ ପତ୍ର ଯାଞ୍ଚ ଏକ୍ସରେ ମାଧ୍ୟମରେ କରାଯାଇଥାଏ l ଯଦି ଆପଣ ଏଠାରେ ଧରାପଡ଼ିଲେ ଆପଣ ପର୍ଯ୍ୟଟକ ହୋଇ ଥାଆନ୍ତୁ, କିମ୍ବା ଅଣ ମୁସ୍ଲିମ ହୋଇ ଥାଆନ୍ତୁ, କିମ୍ବା ଇରାନୀ ହୋଇ ଥାଆନ୍ତୁ , ନିୟମ ସମସ୍ତଙ୍କ ପାଇଁ ଗୋଟିଏ l