Odisha news

ଏହି ଦେଶରେ ଲାଗିଲା ଲକ ଡାଉନ : କାରଣ ହେଉଛି  ଖୁବ ଗମ୍ଭୀର 

0
ନୂଆଦିଲ୍ଲୀ : କରୋନା ପରେ ପରେ ଲକ ଡାଉନ କଥା ଶୁଣିବା ମାତ୍ରକେ ମନରେ ଗୋଟିଏ ଅଦ୍ଭୁତ ଭୟ ଜାଗ୍ରତ ହୋଇଥାଏ l କାହିଁକି ନା ଆଜି ପର୍ଯ୍ୟନ୍ତ ବିଶ୍ୱ ବାସୀ କରୋନା ସମୟରେ ହୋଇଥିବା ଲକ ଡାଉନ କୁ ଭୁଲି ନାହାନ୍ତି l ସେହି ସମୟରେ ଜନଜୀବନ ସମ୍ପୂର୍ଣ ବ୍ୟତିବ୍ୟସ୍ତ ହୋଇ ଯାଇଥିଲା l ଯେମିତି ଲାଗିଥିଲା ଆକାଶ ରେ ଉଡୁଥିବା ଖୋଲା ବିହଙ୍ଗ ମାନଙ୍କୁ କେହି ବନ୍ଦୀ କରି ପଞ୍ଜୁରୀ ରେ ରଖି ଦେଇଛି l ଚାରିଆଡ ନିସ୍ତବ୍ଦତା ରେ ଛାଇ ଯାଉ ଥିଲା l ହୁଏତ ଏହା ମାନବ ସଭ୍ୟତା ପାଇଁ ଗୋଟିଏ ବଡ଼ ଶିକ୍ଷା ଥିଲା l ତେଣୁ ଆଜି ମଧ୍ୟ ଲକ ଡାଉନ ନା ଶୁଣିଲେ ଭୟ ଲାଗେ l
ସେ ଯାହାବି ହେଉନା କାହିଁକି କିନ୍ତୁ ଏଠାରେ ବର୍ତମାନ କରୋନା ପାଇଁ ନୁହେଁ ଆଉ କିଛି ପାଇଁ ମିଡ଼ିଲ ଇଷ୍ଟ ଦେଶ ରେ ଭୀଷଣ ଗରମ ଅନୁଭୂତ କାରଣରୁ ଇରାନ ର ସରକାର ଅଗଷ୍ଟ ୧ ତାରିଖ ଠାରୁ ଲକ ଡାଉନ ଘୋଷଣା କରିଛନ୍ତି l ଏହି ସମୟରେ ସ୍କୁଲ , କଲେଜ ଓ ସରକାରୀ ବେସରକାରୀ ଅଫିସ ଗୁଡିକ ବନ୍ଦ ରହିବ l ଇରାନ ଗଣମାଧ୍ୟମ ଅନୁସାରେ ବୟସ୍କ , ବୃଦ୍ଧ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଥିବା ବ୍ୟକ୍ତି ଙ୍କୁ ବାହାରକୁ ଛାଡିବା ମନା l
ସରକାରୀ ସୂଚନା ଅନୁଯାୟୀ ଲୋକମାନେ ବାହାରକୁ ବାହାରିବା ଦ୍ୱାରା ହିଟ ଷ୍ଟ୍ରୋକ ର ସମ୍ଭାବନା ରହିଛି , ତେଣୁ ସମସ୍ତ ଙ୍କୁ ସକାଳ ୯ ଟା ରୁ ଦିନ ୪ ଟା ମଧ୍ୟରେ ବାହାରକୁ ବାହାରିବା ମନା l
ବର୍ତମାନ ସାରା ବିଶ୍ୱ କ୍ଲାଈମେଟ ଚେଞ୍ଜ କାରଣ ରୁ ଅତ୍ୟଧିକ ଗରମ ର ସମୁଖୀନ ହେଉଛି l ଏକ ହଜାର ବର୍ଷ ମଧ୍ୟରେ ସବୁଠୁ ଅଧିକ ଗରମ ଚଳିତ ବର୍ଷ ହୋଇଥିଲା l ଏହି ଗରମ ପ୍ରକୋପ ଯୋଗୁଁ ଏସିଆ , ୟୁରୋପ , ଓ ଆମେରିକା ସହିତ ଦୁନିଆର ସମସ୍ତ ସ୍ଥାନ ପ୍ରଭାବିତ ହୋଇଛି l
Leave A Reply