Odisha news

ବରିଷ୍ଠ ଆଇପିଏସ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କୁ ବଦଳି

ଅନୁଗୁଳରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି

0

କଟକ/ଅନୁଗୁଳ: ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ନିର୍ଯାତନା ମାମଲାରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବ୍ରିଜେଶ କୁମାର ରାୟଙ୍କୁ ବଦଳି କରିଛନ୍ତି। ଶ୍ରୀ ରାୟଙ୍କୁ ଅନୁଗୁଳରୁ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି।

ସୂଚନାଯୋଗ୍ୟ, ବରିଷ୍ଠ ଆଇପିଏଏସ୍‌ ବ୍ରିଜେଶ କୁମାର ରାୟ ଅନୁଗୁଳସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳରେ ଡିଆଇଜି ଥିଲେ। ତାଙ୍କର ନିବାସରେ ମୁତୟନ ଥିବା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଅଧିକାରୀ ଶ୍ରୀ ରାୟଙ୍କ ପତ୍ନୀ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା। ଶ୍ରୀମତୀ ରାୟଙ୍କ ପତ୍ନୀଙ୍କ ଠାରୁ ମହିଳା ହୋମଗାର୍ଡ ନିର୍ଯାତନା ପାଇଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ବି ଦୁଇଟି ଯାକ ଗୋଡ ହରାଇଲେ। ମହିଳା ହୋମଗାର୍ଡ ହେଉଛନ୍ତି ଅନୁଗୁଳ ଜିଲ୍ଲା ରାଶୀଗୋଡ଼ାର  ନିବାସୀ। ହୋମଗାର୍ଡ  ଡିଜିଙ୍କୁ ସୈରିନ୍ଦ୍ରୀ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସେ ଅନୁଗୁଳ ଜିଲ୍ଲାରେ ଗତ ୧୯ ବର୍ଷ ହେବ ଗୃହରକ୍ଷୀ ଭାବେ କାମ କରି ଆସୁଛନ୍ତି। ସାତ ମାସ ତଳେ ଅନୁଗୁଳରେ ଯୋଗଦେଇଥିବା ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା। ସେ ଡିଆଇଜିଙ୍କ ସମସ୍ତ ଘର କାମ କରୁଥିଲେ। କିନ୍ତୁ କୌଣସି କାମରେ ଟିକେ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିବା ସହ ଚାକିରି ନେଇଯିବାର ଧମକ ଦେଉଥିଲେ।

ସୈରିନ୍ଦ୍ରୀ ଅଭିଯୋଗ କରିଛନ୍ତି ଯେ, ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଗଳା ଧକ୍କା ଦେଇ ଘରୁ ବାହାର କରି ଦେଇଥିଲେ। ଏଭଳି ନିର୍ଯାତନା ଓ ଚାକିରି ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଟ୍ରେନ୍ ଲାଇନ୍‌ରେ ଶୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଂଚିଯାଇଥିଲେ। ଗୁରୁତର ହେଲା ପରେ ମହିଳା ହୋମଗାର୍ଡଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି। କିନ୍ତୁ ସବୁଦିନ ପାଇଁ ସେ ତାଙ୍କ ଗୋଡ଼ ହରାଇଛନ୍ତି।

Leave A Reply