ଆବଧୁ ।ବୀ,୨୧ା୧୦(ଏଜେନ)ି୍ସ : ଆଇପିଏଲ୍ ପଏଣ୍ଟ ଟେବୁଲ ଆଇପିଏଲ୍ର ୩୯ତମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିଥିଲା କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ଓଭରରେ ୮୪/୮ ରନ୍ କରିଥିଲା । ଜବାବରେ ବାଙ୍ଗାଲୋର ଶେଷ ଖବର ସୁଦ୍ଧା ୧୨ ଓଭରରେ ୨ ୱିକେଟ୍ ହରାଇ ୭୭ ରନ୍ କରିଥିଲା । ଏହି ମ୍ୟାଚ୍ରେ ବାଙ୍ଗାଲୋରର ମହମ୍ମଦ ସିରାଜ କ୍ରମାଗତ ଦୁଇ ଓଭର ମେଡ଼େନ୍ ବୋଲିଂ କରି ନୂଆକୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ଟସ୍ ଜିତି ନାଇଟ ରାଇଡର୍ସ ଅଧିନାୟକ ଇଅନ୍ ମୋର୍ଗାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆରମ୍ଭରୁ ମୋର୍ଗାନଙ୍କ ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । କାରଣ ଦଳୀୟ ସ୍କୋର ୩ ରନ୍ ବେଳେ ଆଗଧାଡିର ୩ ଜଣ ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରିଯାଇଥିଲେ । ଏଭଳି ଜଟିଳ ପରିସ୍ଥିତି କୋଲକାତାର ପିଛା ଛାଡିନଥିଲା । ସମସ୍ତ ବ୍ୟାଟ˜ମ୍ୟାନଙ୍କ ଧିମା ବ୍ୟାଟିଂ ଯୋଗୁଁ ଦଳୀୟ ସ୍କୋର ୧୦୦ ରନ୍ ଛୁଇଁ ପାରିନଥିଲା । ଶୁଭମନ ଗିଲ୍ ୧, ରାହିୁଲ ତ୍ରିପାଠୀ ୧, ନୀତିଷ ରାଣା ୭, ୱିକେଟ୍କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ୪ ରନ କରି ଆଉଟ୍ ହୋଇଥିଲେ । ଇଅନ୍ ମୋର୍ଗାନ ୩୪ ବଲ୍ରୁ ୩୦ ରନ୍, ପାଟ କୁମିନ୍ସ ୧୭ ବଲ୍ରୁ ୪ ରନ୍, କୁଳଦୀପ ଯାଦବ ୧୨ ଓ ଲୋକି ଫର୍ଗୁସନ୍ ୧୬ ବଲ୍ରୁ ୧୯ ରନ୍ କରିଥିଲେ ।
