Odisha news

ଦୁବାଇରେ ଧାୱନ ଧମାକା

0

ଦୁବାଇ, ୨୦ା୧୦ (ଏଜେନ୍ସି): ଆଇପିଏଲର ୩୮ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ଶିଖର ଧାୱନଙ୍କ ଶତକୀୟ ଧମାକା (ଅପରାଜିତ ୧୦୬ ରନ୍‌) ଯୋଗୁଁ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭର୍‌ରେ ୧୬୪ ରନ୍‌ କରି ୫ ରନ୍‌ କରିଥିଲା । ଶେଷ ଖବର ସୁଦ୍ଧା ଜବାବ୍‌ରେ କିଙ୍ଗସ ଏକାଦଶ ୩.୨ ଓଭର୍‌ରେ ୧ ୱିକେଟ ହରାଇ ୨୦ ରନ୍‌ କରିଥିଲା । ମ୍ୟାଚ୍‌ ଜିତିବା ପାଇଁ ପଞ୍ଜାବକୁ ୯୯ ବଲ୍‌ରୁ ୧୪୫ ରନ୍‌ର ଆବଶ୍ୟକତା ଥିଲା । ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ୍‌ ଆୟର ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ପୃଥ୍ୱୀ ଶ’ଙ୍କ ସହ ଶିଖର ଧାୱନ ଇନିଂସ୍‌ ଓପନ୍‌ କରିଥିଲେ । ପ୍ରଥମ ୱିକେଟ୍‌ ପାଇଁ ଦୁହେଁ ୨୫ ରନ୍‌ ସଂଗ୍ରହ କରିଥିବା ବେଳେ ପୃଥ୍ୱୀ ୧୧ ବଲ୍‌ରୁ ୭ ରନ୍‌ କରି ଜେମ୍ସ ନିଶାମଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ । ଏହାପରେ ଶ୍ରେୟାସ୍‌ ଆୟର ୧୪, ରିସଭ ପନ୍ତ ୧୪, ମାର୍କସ ଷ୍ଟୋଇନ୍ସ ୯ ଓ ହେଟମେୟାର ୧୦ ରନ୍‌ କରିଥିଲେ । କିଙ୍ଗସ୍‌ ଏକାଦଶ ପଞ୍ଜାବର ମହମ୍ମଦ ସାମି ଦୁଇଟି, ମାକ୍ସ େୱଲ, ଜେମ୍ସ ନିଶାନ ଓ ମୁର୍ଗାନ୍‌ ଅଶ୍ୱିନ ଗୋଟିଏ କରି ୱିକେଟ୍‌ ସଫଳତା ହାସଲ କରିଥିଲେ ।

Leave A Reply