Odisha news

ସମ୍ମାନ ରଖିଲେ କୁମିନ

0

ଆବୁଧାବୀ,୧୬ା୧୦(ଏଜେନ୍ସି): ଆଇପିଏଲ୍‌ର ୩୨ତମ ମ୍ୟାଚ କୋଲକାତା ନାଇଟରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୧୪୮/୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୪୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ରାହୁଲ ତ୍ରିପାଠୀଙ୍କ ସହ ଶୁଭମନ ଗିଲ୍‌ ଇନିଂସ୍‌ ଓପନ କରିଥିଲେ । ୩ ଓଭରରେ ଦୁହେଁ ୧୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ତ୍ରିପାଠୀ ବ୍ୟକ୍ତିଗତ ୭ ରନ୍‌ କରି ଟ୍ରେଣ୍ଟ ବୋଲଫଙ୍କ ଶିକାର ହୋଇଥିଲେ । ଓପନିଂ ଯୋଡି ଭାଙ୍ଗିବା ପରେ ନୀତିଶ ରାଣା (୫) ଓ ଦିନେଶ କାର୍ତ୍ତିକ (୪)ଙ୍କୁ ଆଉଟ୍‌ କରି ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ଆଣିଥିଲା । ଫଳରେ କୋଲକାତା ୧୦୦ ରନ୍‌ ମଧ୍ୟରେ ସୀମିତ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶୁଭମନ ଗିଲ୍‌ ୨୩ ବଲ୍‌ ୨୧ ରନ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗନ ୨୯ ବଲ୍‌ରୁ ଅପରାଜିତ ୩୯ ରନ୍‌ କରିବାରୁ ଦଳର ସ୍ଥିତି ସାମାନ୍ୟ ସୁଧୁରିଥିଲା ।

Leave A Reply