Odisha news

ସୁପରକିଙ୍ଗ୍ସର ସୁପର ବିଜୟ

0

ଦୁବାଇ,୧୪ା୧୦(ଏଜେନ୍ସି): ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ହରାଇ ଚେନ୍ନାଇ ସୁପରକିଙ୍ଗ୍ସ ସୁପର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସୁପରକିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୭ ରନ୍‌ କରିଥିଲା । ଜବାବରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୭/୮ ରନ୍‌ କରିବାକୁ ସମର୍ଥ ହୋଇଥିଲା । ୧୬୮ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରିଥିବା ସନ୍‌ରାଇଜର୍ସ ଆରମ୍ଭରୁ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କୁ ହରାଇଥିଲା । ୱାର୍ଣ୍ଣର ୯ ରନ୍‌ କରି ସାମ କୁରଣଙ୍କ ଶିକାର ହୋଇଥିଲେ । ସେହିଭଳି ଜନି ବେୟାରଷ୍ଟୋ ୨୩ ରନ୍‌, ମନୀଷ ପାଣ୍ଡେ ୪, କେନ୍‌ ୱିଲିୟମ୍‌ସନ୍‌ ୫୭, ପ୍ରିୟମ୍‌ ଗର୍ଗ ୧୬, ବିଜୟ ଶଙ୍କର ୧୨, ରସିଦ ଖାନ୍‌ ୧୪ ରନ୍‌ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସର ମାର୍ଜିତ ବୋଲିଂ ଯୋଗୁଁ ହାଇଦ୍ରାବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିନଥିଲା । କର୍ଣ୍ଣ ଶର୍ମା ଓ ଡେ୍ୱନ ବ୍ରାଭୋ ୨ଟି ଲେଖାଏଁ ୱିକେଟ୍‌ ସଫଳତା ହାସଲ କରିଥିବା ବେଳେ ସାମ କୁରଣ, ରବିନ୍ଦ୍ର ଜାଡେଜା ଓ ସର୍ଦ୍ଦୁଲ ଠାକୁର ଗୋଟିଏକରି ୱିକେଟ୍‌ ନେଇଥିଲେ ।

Leave A Reply