ଆବୁଧାବୀ,୮ା୧୦(ଏଜେନ୍ସି): ଆଇପିଏଲ୍ର ତୀବ୍ର ସଂଘର୍ଷପୂର୍ଣ୍ଣ ୨୧ତମ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ୧୦ ରନ୍ ବ୍ୟବଧାନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଛି । ଜମାଣିଆ ପ୍ରଦର୍ଶନ ପାଇଁ କୋଲକାତା ନାଇଟରାଇଡର୍ସର ରାହୁଲ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟରାଇଡର୍ସ ୨୦ ଓଭରରେ ୧୬୭ ରନ୍ କରିଥିଲା । ଜବାବରେ ଚେନ୍ନାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ୧୬୮ ରନ୍ର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲା । ପ୍ରଥମ ୱିକେଟ୍ ପାଇଁ ସେନ୍ ୱାଟସନ୍ ଓ ଫାଫ ଡୁପ୍ଲେସିସ୍ ୩୦ ରନ ଯୋଡି ଥିଲେ । ଡୁପ୍ଲେସିସ ୧୦ ବଲ୍ରୁ ୧୭ ରନ୍ କରି ଶିବମ ମାଭିଙ୍କ ବଲ୍ରେ ୱିକେଟ୍କିପର ଦିନେଶ କାର୍ତ୍ତିକଙ୍କ ହାପରେ ଧରା ପଡ଼ିଥିଲେ । ପ୍ରଥମ ୱିକେଟ୍ ଯୋଡି ଭାଙ୍ଗିବା ପରେ ଚେନ୍ନାଇର ରନ୍ ହାର କମିଯାଇଥିଲା । ତଥାପି ୱାଟସନ୍ ଓ ଅମ୍ବାତି ରାୟୁଡୁ ଦ୍ୱିତୀୟ ୱିକେଟ୍ରେ ୬୯ ରନ୍ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ୱାଟସନ୍ ୪୦ ବଲ୍ରୁ ୫୦ ରନ୍ ବେଳେ ଅମ୍ବାତି ରାୟୁଡୁ ୨୭ ବଲ୍ରୁ ୩୦ ରନ୍ କରି ନାଗରକୋଟିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ତେଣୁ ସଭିଙ୍କ ନଜର ବିଶ୍ୱର ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂଙ୍କ ଧୋନିଙ୍କ ଉପରେ ଥିଲା । ନଂ.୪ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ୧୨ ବଲ୍ରୁ ୧୧ ରନ୍ କରି
ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ କ୍ଲିନ୍ବୋଲï ହୋଇଥିଲେ । ପରେ ପରେ ସାମ କୁରନ୍ ୧୧ ବଲ୍ରୁ ୧୭ ରନ୍ ଆଉଟ୍ ହେବା ବେଳକୁ ମ୍ୟାଚ୍ର ଆଉ ୨.୫ ଓଭର ବାକି ଥିଲା ।
Prev Post
Next Post