Odisha news

ଆଇପିଏଲ୍‌-୨୦୨୨ : ଚେନ୍ନାଇ ଗୁଜରାଟକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା

0

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୨ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହୋଇଛି। ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମ୍‌ରେ ରବିବାର ଜାରି ରହିଥିବା ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ କରିଛି। ଫଳରେ ଗୁଜରାଟକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଚେନ୍ନାଇର ପାଳି ଆରମ୍ଭ କରିଥିଲେ ଋତୁରାଜ ଗାଏକ୍ୱାର୍ଡ ଓ ଡେଭୋନ୍‌ କନ୍‌ୱେ। ଉଭୟ ଗାଏକ୍ୱାର୍ଡ ଓ କନ୍‌େଓ୍ଵ ପ୍ରଥମ ଓ୍ଵିକେଟ୍‌ ପାଇଁ ୮ ରନ୍‌ କରିଥିଲେ। କନ୍‌ୱେ କ୍ରିଜ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ସେ ୯ଟି ବଲ୍‌ ଖେଳି ୫ ରନ୍‌ କରିଥିଲେ। ଦ୍ୱିତୀୟ ଓ୍ଵିକେଟ୍‌ ପାଇଁ ମୋଇନ୍‌ ଅଲୀ (୨୧ ରନ୍‌)ଙ୍କ ସହିତ ଗାଏକ୍ୱାର୍ଡ ୫୭ ରନ୍‌ ସଂଗ୍ରହ କରିଥିଲେ। ଋତୁରାଜ ୪୯ଟି ବଲ୍‌ ଖେଳି ୫୩ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ଏନ୍‌ ଜଗଦୀଶନ ୩୭ ରନ୍‌, ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ୭ ରନ୍‌ କରିଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ ନେଇଥିଲେ। ରସିଦ ଖାନ, ଅଲଜାରୀ ଜୋସେଫ୍‌ ଓ ରବିଶ୍ରୀନିବାସନ୍‌ ସାଈ କିଶୋରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଥିଲା।

Ad2
Leave A Reply