Odisha news

ଆଇପିଏଲ ୨୦୨୧ : ଚେନ୍ନାଇ ରାଜସ୍ଥାନକୁ ୪୫ ରନରେ ହରାଇଲା

0

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୧୨ତମ ମ୍ୟାଚରେ ଚେନ୍ନାଇ ରାଜସ୍ଥାନକୁ ୪୫ ରନରେ ପରାସ୍ତ କରିଛି । ୧୮୯ରନର ପିଛା କରିବାକୁ ଯ଼ାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ ଜସ ବଟଲର ସର୍ବାଧିକ ୪୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ସାମ କୁରାନ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜି ରାଜସ୍ଥାନ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଚେନ୍ନାଇର ଓପନର ଋତୁରାଜ ଗାଇକ୍ବାଡ୍ ମାତ୍ର ୧୦ ରନ କରି ଆଉଟ ହେବାପରେ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲି ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇନେଇଥିଲେ । ଡୁ ପ୍ଲେସିସ ୩୩ ଓ ମୋଇନ ୨୬ ରନ କରିଥିଲେ । ଏମାନଙ୍କ ପରେ ଆସିଥିବା ସୁରେଶ ରାଇନା ଓ ଅମ୍ବାତି ରାଇଡୁ ଯଥାକ୍ରମେ ୧୮ ଓ ୨୭ ରନ କରିଥିଲେ । ଅନ୍ୟପକ୍ଷରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୧୮, ସାମ କୁରାନ ୧୩ ଓ ଡାଓ୍ବିନ ବ୍ରାଭୋ ୨୦ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଚେତନ ସାକାରିଆ ୩ ଓ କ୍ରିସ ମୋରିସ ୨ଟି ଓ୍ବିକେଟ ନେଇଥିଲେ ।

Leave A Reply