Odisha news

ଆଇପିଏଲ : ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନରେ ପରାସ୍ତ କଲା

0

ଚେନ୍ନାଇ: ଲୋ ସ୍କୋରିଂ ମ୍ୟାଚରେ ବୋଲରଙ୍କ କମାଲ ଦେଖିବାକୁ ମିଳିଥିଲା l ପୀଚ ସ୍ଲୋ ଥିବାରୁ ବୋଲର ମାନଙ୍କ ଦବଦବା ଦେଖିବାକୁ ମିଳିଥିଲା l ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ୧୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ୍ ୧୩୭ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୧୩ ରନରେ ହାଇଦ୍ରାବାଦକୁ ମାତ୍ ଦେଇଛି ମୁମ୍ବାଇ। ବୁମରା-ବୋଲ୍ଟ ପେସ୍ ଯୋଡିଙ୍କ ସହ ଚହରଙ୍କ ଚମକରେ ଫିକା ପଡିଛି ହାଇଦ୍ରାବାଦର ବ୍ୟାଟିଂ। ଚଳିତ ଆଇପିଏଲରେ ହାଇଦ୍ରାବାଦ୍ କ୍ରମାଗତ ୩ଟି ମ୍ୟାଚ ହାରିଥିବା ବେଳେ ମୁମ୍ବାଇ ୨ଟି ଜିତିଛି।

ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ୍ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ସହଭାଗିତାରେ ୫୧ ରନ ଯୋଡ଼ିବା ପରେ ରୋହିତ ୩୨ ରନ କରି ଆଉଟ ହୋଇଥିଲେ । ତେବେ ଡିକକ୍ ସର୍ବାଧିକ ୪୦ ରନ କରିଥିଲେ । ଶେଷ ବେଳକୁ କିରନ ପୋଲାର୍ଡ ୨୨ ବଲରୁ ଦ୍ରୁତ ୩୫ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମୁଜିବୁର ରେହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହାପରେ ୧୫୧ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡକୁ ଲଗାତାର ୱିକେଟ୍ ହରାଇ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା ।

Leave A Reply