Odisha news

ଷ୍ଟାଡିୟମ୍‌କୁ ଗଣମାଧ୍ୟମ ମନା କେବଳ ମ୍ୟାଚ୍‌ ପରେ ପ୍ରେସ୍‌ମିଟ୍‌

0

ଦୁବାଇ,୧୮ା୯(ଏଜେନ୍ସି): କଠୋର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ କାରଣରୁ ଏଥର ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୌଣସି ଗଣମାଧ୍ୟମର ପ୍ରତିନିଧିକୁ ଷ୍ଟାଡିୟମ୍‌ର ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ପୋଷ୍ଟ ମ୍ୟାଚ୍‌ ପ୍ରେସ୍‌ମିଟ୍‌ରେ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇପାରିବେ ବୋଲି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି । ମ୍ୟାଚ ପରେ ଭର୍ଚୁଆଲ ପ୍ରେସ୍‌ କନ୍‌ଫରେନ୍ସ ହେବ । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ ପଞ୍ଜିକୃତ ଗଣମାଧ୍ୟମ ଗୁଡିକୁ ବିସିସିଆଇ ପ୍ରତି ମ୍ୟାଚ୍‌ର ୩୫ଟି ଲେଖାଏଁ ଫଟୋ ପଠାଇବ । ଏସମସ୍ତ ଫଟୋରେ ବିସିସିଆଇ/ ଆଇପିଏଲ ଲେଖିବା ବାଧ୍ୟତାମୂଳକ ବୋଲି ସୂଚନା ଦିଆଯାଇଛି ।

Leave A Reply