Odisha news

ଆଧୁନିକ ଜୀବନରେ ଯୋଗର ମହତ୍ୱ

0

ସୁଭେନ୍ଦ୍ର ପଟ୍ଟନାୟକ : ଅର୍ଥପ୍ରଧାନ ଓ ଅତିବ୍ୟସ୍ତ ଆଧୁନିକ ଜୀବନ ଶୈଳୀକୁ ଆପଣେଇଥିବା ଆଜିର ମାନବ ଅନିଚ୍ଛା ସତ୍ୱେ ମଧ୍ୟ ଚିନ୍ତା ,ଅବିଶ୍ରାମେ ,ଅନିଦ୍ରା ,ନିରାଶ , ବିଫଳତା ମଧ୍ୟରେ କଷ୍ଟପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରିବାକୁ ବାଧ୍ୟ ହେଉଛି l ଆଜିର ଦୁନିଆଁରେ ଜଳ ,ବାୟୁ,ଧ୍ୱନିଓ ଖାଦ୍ୟ ପ୍ରଦୂଷଣର ଶିକାର ହେଉଛି l ଏହାର ପରିଣାମ ସ୍ୱରୂପ ଅନେକ ପ୍ରକାର ରୋଗ ଓ ମାନସିକ ଦୁଶ୍ଚିନ୍ତାର ଶିକାର ହେଉଛି l ଏହି ସବୁକୁ ସାମ୍ନା କରିବା ପାଇଁ ଆମର ଭାରତୀୟ ସଂସ୍କୃତିର ଯୋଗ ପଦ୍ଧତି ସହାୟତା କରିପାରିବ l

ଯୋଗର ମୁଖ୍ୟାତଃଅ ୮ ଟି ଅଙ୍ଗ ଅଛି l ଯଥା -ଯମ ,ନିୟମ ,ଆସନ ,ପ୍ରାଣାୟାମ ,ପ୍ରତ୍ୟାହାର ,ଧାରଣା,ଧ୍ୟାନ ଏବଂ ସମାଧି l
ଆଜିର ମନୁଷ୍ୟ ପାଖରେ ସମସ୍ତ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଅଛି l କିନ୍ତୁ ଆମେ ଦେଖିଥାଉ ଯେ ଯଦି କେବଳ ସମୟ ନାହିଁ ଆମ ନିଜର ସ୍ୱାସ୍ଥ୍ୟ ପାଇଁ l ଆସନ ସେହି ଶାରୀରିକ ମୁଦ୍ରା ଯାହା ଦ୍ୱାରା ଶରୀରର ସ୍ଥିରତା ବଢିଥାଏ ,ମନକୁ ସୁଖ ଓ ଶାନ୍ତି ମିଳିଥାଏ ,ଆସନର ସିଦ୍ଧି ଦ୍ୱାରା ଶରୀରର ଶୁଦ୍ଧି ହୋଇଥାଏ l

ସ୍ୱାସ୍ଥ୍ୟ ପାଇଁ ଯୋଗ -ଆଜି ମନୁଷ୍ୟ ପାଖରେ ନିଜପାଇଁ ସମୟର ଘୋର ଅଭାବ ରହିଛି l ଯାହା ଦ୍ୱାରା ମାନସିକ ଦୁଶ୍ଚିନ୍ତା ବଢି ଆମର ଶରୀର ଭୟଙ୍କର ପରିସ୍ଥିତି ଆଡକୁ ଯାଉଛି ଓ ଆମେ ସବୁ ରୋଗ ମାନଙ୍କୁ ନିମନ୍ତ୍ରଣ କରୁଛୁ l ଯଦି ଆମେ ନିଜପାଇଁ ପ୍ରାତଃ ସମୟରେ ନିଜ ପାଇଁ ଆମ ଶରୀରର କ୍ଷମତା ଅନୁସାରେ ୩0 ମିନିଟ ରୁ ୧ ଘଣ୍ଟା ସମୟ ଦେଇ ପାରିବl ତେବେ ଗୋଟିଏ ସୁସ୍ଥ ଜୀବନ ବଞ୍ଚିପାରିବ l ଯୋଗାଶନକୁ ପ୍ରତିଦିନ ଅଭ୍ୟାସ କଲେ ଗୋଟିଏ ସୁସ୍ଥ ଜୀବନ ବଞ୍ଚିପାରିବl l

ଯୋଗର କେଉଁ ଆସନରୁ କି ଲାଭ ମିଳିଥାଏ ଆସନ୍ତୁ ଜାଣିବା l

ସୂର୍ଯ୍ୟ ନମସ୍କାର -ବିଭିନ୍ନ ପ୍ରକାରର ୧୨ ଟି ମୁଦ୍ରା କୁ ନେଇ ସୂର୍ଯ୍ୟ ନମସ୍କାର ଏହା ଦ୍ୱାରା ଶରୀରର ଉଭୟ ବାହ୍ୟ ଓ ଅନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ l

ପଦ୍ମାସନା -ଏହି ଆସନ ଦ୍ୱାରା ଶରୀରର ଓଜନ ସନ୍ତୁଳନ ରହିଥାଏ l ଜ୍ଞାନ ମୁଦ୍ରାରେ ରହି ଈଶ୍ୱରୀୟ ଜ୍ଞାନ ଲାଭାହୁଅଏ l ଆଳସ୍ୟ ଓ କୋଷ୍ଠକାଠିନରୁ ମୁକ୍ତି ମିଳିବl ସହିତ ପଚନ ଶକ୍ତି ସୁଦୃଢ ହୋଇଥାଏ l

ତୁଳାଶନ-ଶରୀରକୁ ଏହି ଆସନ ହାଲୁକା କରିଥାଏ ଓ ଶରୀର ମଧ୍ୟ ସନ୍ତୁଳିତ ରୁହେ l

ସବାସନ-ପୂର୍ଣ୍ଣ ବିଶ୍ରlମର ସ୍ଥିତିରେ ଚିନ୍ତାରୁ ମୁକ୍ତିମିଳେ l ମନ ଶାନ୍ତ ରହିବ ସହିତ ଥକାପଣ ଦୂର ହୁଏ ଓ ଉଚରକ୍ତ ଚାପରୁ ଆରାମ ମିଳିଥାଏ l

ଵଜ୍ରସାନ-ସମସ୍ତ ଆସନ ପାଇଁ ପେଟ ଖାଲିରହିବl ଆବଶ୍ୟକ l କିନ୍ତୁ ଵଜ୍ରସାନ ପାଇଁ ଭୋଜନ କରି ସାରିବା ପରେ କରିବା ଆବଶ୍ୟକ l ଏହା ପଚନ ତନ୍ତ୍ରକୁ ସୁଦୃଢ କରେ ଏହା ସହିତ ମେରୁଦଣ୍ଡ ,ଅଣ୍ଟା ଓ କାନ୍ଧରୁ ଯନ୍ତ୍ରଣା ଦୂରହୁଏ l ମାନସିକ ସନ୍ତୁଳନ ମଧ୍ୟ ଠିକ ରହିଥାଏ l

ସର୍ବାଙ୍ଗାସନ -ଥାଇରଏଡ଼ ରୋଗୀମାନଙ୍କ ପାଇଁ ଏହି ଆସନ ସମ୍ପୂର୍ଣ ଉପଯୋଗୀ l ଏହାକୁ କରିବା ଦ୍ୱାରା ଥାଇରଏଡ଼ ତା ଦୂର ହେବ ତା ସହିତ ଥଣ୍ଡା ଓ ସର୍ଦୀରୁ ଅରାମ ମିଳିଥାଏ l

ଯୋଗ ମୁଦ୍ରା -ଆଜି କାଲିର ମୁଖ୍ୟ ସମସ୍ୟା ମୋଟାପଣ l ମୋଟାପଣକୁ ଦୂରକରିବା ପାଇଁ ଯୋଗ ମୁଦ୍ରା କରିବା ନିହାତି ଆବଶ୍ୟକ ଓ ଏହା ମେରୁଦଣ୍ଡର ସମସ୍ତ ଯନ୍ତ୍ରଣାକୁ କମ କରିଥାଏ l

ଯୋଗ କେବଳ ଏବେକାର ପରିସ୍ଥିତିକୁ ନେଇ ଗ୍ରହଣ କରା ଯାଇନାହିଁ ,ଜୈନ୍ୟ ଧର୍ମରେ ଯୋଗର ଅନେକ ଗୁରୁତ୍ୱ ପ୍ରାଚୀନ କାଳରୁ ରହିଛି l ଭଗବାନ ମହାବୀର ଜୈନ୍ୟଙ୍କୁ କେବଳ ଗୋଟିଏ ସୁନ୍ଦର ଓ ମୁଦ୍ରାରେ ବସିଥିବାର ଦେଖିବାକୁ ମିଳିଥାଏ ,କିନ୍ତୁ ଜୈନ୍ୟ ସାଧୁ ମାନଙ୍କର ତପସ୍ୟାରେ ଯୋଗର ବିଶେଷ ମହତ୍ୱ ରହିଛି l କାରଣ ଜୈନ୍ୟ ଧର୍ମରେ ଯୋଗ ହେଉଛି ଏକ ମୁଖ୍ୟ ଅଙ୍ଗ l ଆସନ୍ତୁ ଏହି ଜୁନ ୨୧ ତାରିଖ ରେ ସଂକଳ୍ପ କରିବା ଓ ନିଜକୁ ନିରୋଗୀ ରଖିବା l ସାରା ବିଶ୍ୱ ଏହି ଦିନଟିକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବରେ ପାଳନ କରୁଛି l ଆମେ ସବୁ ବିଶ୍ୱବାସୀ ବର୍ତ୍ତମାନ କରୋନା ମହାମାରୀ କବଳରେ କବଳିତ l ତେଣୁ ନିଜକୁ ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରଖିବା ସହିତ ଶରୀରକୁ ସୁସ୍ଥ ରଖିବାର ସଂକଳ୍ପ ନେବା l ନିଜେ ଘରେ ରହି ଏହି ଦିନଟିକୁ ପରିବାର ସହିତ ଯୋଗ କରି ପାଳନ କରିବା l

Leave A Reply