Odisha news

ବଡପଦା ଓ ଖଜୁରିପଦା ସଙ୍ଗରୋଧ କେନ୍ଦ୍ରରୁ ୫ମହିଳା,ଜଣେ ପୁରୁଷ ଓ ଜଣେ ଶିଶୁ ର ପଜିଟିଭ ଚିହ୍ନଟ ।

0

ନୁଆଗଡ- ନୁଆଗଡ ବ୍ଲକର କରୋନା ସଂକ୍ରମିତ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଡପଦା ଓ ଖଜୁରିପଦା ସଙ୍ଗରୋଧ କେନ୍ଦ୍ରରୁ ୫ମହିଳା,ଜଣେ ,ଦେଢ ବର୍ଷର ଶିଶୁ ଓ ଜଣେ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ବଡପଦା ସଙ୍ଗରୋଧ କେନ୍ଦ୍ରରେ ୨୫.୫. ୨୦୨୦ ତାରିଖରେ ଅତରସିଂ ଜିପିର ଘୋଡାକଣ ଗ୍ରାମର ସୁରତରୁ ଆସିଥିଲେ । ଅନ୍ୟ ୬ଜଣ  ମହିଳା ହେଲେ  ସମ୍ବଲପୁର ପିଜିର ଏନ୍, ଝାଲରସିଂ ଜଣେ , ତିତିସିଂ ଜିପିର ରୁଙ୍ଗୁଡୁ ଜଣେ, ତାବରଡା ଜିପିର ଗୋଲି ଜଣେ,,ଲୁହାଙ୍ଗର ଜିପି ଟାକପଲ୍ ଗ୍ରାମର ମା ଓ ଦେଡବର୍ଷ ଝିଅ ଓ ପେଲାର ଗ୍ରାମର ଜଣେ ହୋଇଥିବାର ଜଣାପଡିଛି ।

ଶହ ଶହ ପ୍ରବାସୀ ନୁଆଗଡ ବ୍ଲକକୁ ଫେରିଆସୁଥିବା ବେଳେ କେତେକ ସଙ୍ଗରୋଧ କେନ୍ଦ୍ରରେ ଓ ହୋମ୍ କ୍ବାରେଣ୍ଟାଇନରେ ରହିଛନ୍ତି । ଯେଉଁ ୭ଜଣ କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ସେମାନେ ସରକାରୀ ସଙ୍ଗରୋଧ କେନ୍ଦ୍ର ବଡପଦା ଓ ଖଜୁରିପଦାରେ ରହିଥିଲେ । ସେମାନଙ୍କୁ ପାରଳାଖେମଣ୍ଡି ଆର,ସୀତାପୁର କୋଭିଡ୍ ହସ୍ପିଟାଲକୁ ସ୍ଥନାନ୍ତର କରାଯାଇଛି । ଘରୁ ପଦାକୁ ବାହାରିଲେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କଲେ କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି କୁହାଯାଇଛି ।

ଖଜୁରିପଦା ଗ୍ରାମର ଷ୍ଟିଲଡବଲଫମେଣ୍ଟ କେନ୍ଦ୍ରରେ ରହୁଥିବା ପ୍ରବାସୀମାନଙ୍କୁ କୌଣସି   ବ୍ୟକ୍ତି  ଯୋଗୁଁ ନାହାନ୍ତି ଏହା ସୋଯୋଗ ନେଇ ମଙ୍ଗଳବାର ନୁଆଗଡ ହାଟରେ ବୁଲୁଥିବା ଅଞ୍ଚଳର ଲୋକେମାନେ  ଦେଖିଥିବା ସୁଣିବାକୁ ମିଳୁଛି । ଏହାକୁ ନେଇ ଖଜୁରିପଦା ଅଞ୍ଚଳରେ ଭୟର ବାତ୍ତା ବରଣ ଖେଳିଯାଇଛି । ଏ ନେଇ ବିଡିଓ ଲାବନେନ୍ଦୁ ମହାନ୍ତି ସହ ଯୋଗାଯୋଗ କରିବାରୁ ସେ ବିଷୟ ଜାଣିନି ଯାହା ତଥ୍ୟ ଦରକାର ଆପଣଙ୍କ ଜୀଲ୍ଲା କାର୍ଯ୍ୟଳୟ ଯୋଗାଯୋଗ କଲେ ପାଇବେ ଆମେ କିଛି ଦେଇପାରୁ ନାହିଁ ବୋଲି କହିଥିଲେ । ପ୍ରତେକ ବିଡିଓ ମାନେ କରୋନା ତଥ୍ୟ ଦେଉଥିବା ବେଳେ ନୁଆଗଡ ବିଡିଓ କାହିଁକି କରୋନା ତଥ୍ୟ ଦେବାରେ ପଛଗୁଛା ଦେଉଛନ୍ତି ।

Leave A Reply