ସୁଭେନ୍ଦ୍ର ପଟ୍ଟନାୟକ : ଆଜିର ବ୍ୟସ୍ତ ବହୁଳ ଓ କର୍ମମୟ ଜୀବନରେ ଆମେ ବେଳେବେଳେ ନିଜର ଯତ୍ନ ନେବାକୁ ସମୟ ପାଇନଥାଉ ସେହିସମୟରେ ଆମେ ଯୋଗକୁ ଅମରବ ଦୈନଦିନ ଜିଆବଣର ଗୋଟିଏ ଅଂଶ ଭାବରେ ଗ୍ରହଣ କରିନେବା ଉଚିତ l କାରଣ ଆଜିକାଲି ମାନସିକ ଓ ଶାରୀରିକ ସ୍ତରରେ ଖୁବ କମ ଲୋକଙ୍କୁ ସୁସ୍ଥ ରହୁଥିବାର ଦେଖିବାକୁ ମିଳୁଛି l ଗୋଟିଏ ଆନନ୍ଦ ଓ ସୁଖମୟ ଜୀବନପାଇଁ ମନ ଓ ଶରୀର ଦୁଇଟିର ଆବଶ୍ୟକ ରହିଛି l ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରାର ଅମୁଲ୍ୟ ଉପହାର l ଏହା ଏକ ଏପରି କ୍ରିୟା ଯାହା ଦ୍ୱାରା ମନୁଷ୍ୟ ଶାରୀରିକ ଓ ମାନସିକ ସ୍ତରରେ କେବଳ ସୁସ୍ଥ ରୁହେନାହିଁ ,ଏହାଦ୍ୱାରା ମନୁଷ୍ୟ ଆଧ୍ୟାତ୍ମିକ ଜ୍ଞାନ ପାଇବାରେ ମଧ୍ୟ ସହାୟକ ହୋଇଥାଏ l
ପୁରାତନ କାଳରେ ମୁନିଋଷି ମାନେ ଏହି ଆଧ୍ୟାତ୍ମିକ ଜ୍ଞାନକୁ ପାଇବାପାଇଁ ବର୍ଷବର୍ଷ ଧରି ତପସ୍ୟା ସହିତ ଯୋଗାସନରେ ନିଜକୁ ନିୟୋଜିତ କରୁଥିଲେ l ଯାହାଦ୍ୱାରା ରୋଗ ମୁକ୍ତ ରହିବl ସହିତ ଆଧ୍ୟତ୍ମିକ ଜ୍ଞାନ ଆହରଣ କରୁଥିଲେ l ଯୋଗର ଅର୍ଥ ହେଲା ସଞ୍ଚାଳିତ କରିବା କିମ୍ବା ସମ୍ବଦ୍ଧ କରିବା ଅର୍ଥାତ ଯୋଡ଼ିଦେବା l ଏହି ଅର୍ଥକୁ ଯଦି ବିବେଚନା କରିବା ତେବେ ଏହାର ଅର୍ଥ ଶରୀର ଓ ଆତ୍ମାର ମିଳନକୁ ହିଁ ଯୋଗ କୁହାଯାଏ l ଯୋଗର ଉତ୍ପତି ଅଜାକୁ ପ୍ରାୟ ୫000 ବର୍ଷ ପୂର୍ବରୁ ଭାରତରେ ହୋଇସାରିଛି l ୨00 ବର୍ଷ ପୂର୍ବେ ମହର୍ଷି ପତଞ୍ଜଳି ଯୋଗ ଦର୍ଶନକୁ ଯୋଗ ସୂତ୍ର ନାମକ ଗ୍ରନ୍ଥ ଭାବରେ ଲେଖି ପ୍ରସ୍ତୁତ କରିଥିଲେ l ତେଣୁ ମହର୍ଷି ପତଞ୍ଜଳିକୁ ଯୋଗର ପ୍ରଣେତା ବୋଲି କୁହାଯାଇଛି l
ଯୋଗର ଆବଶ୍ୟକତା -ଶରୀର ସୁସ୍ଥ ରହିଲେ ମସ୍ତିସ୍କ ସୁସ୍ଥ ରହିଥାଏ l ମସ୍ତିସ୍କରୁ ହିଁ ଶରୀରର ସମସ୍ତ କ୍ରିୟା ସଂଚାଳନ ହୋଇଥାଏ l ତେଣୁ ଆମେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବ ପାଇଁ ଯୋଗକୁ ଦୈନଦିନ ଜୀବନରେ ସାମିଲୀ କରିବା ଉଚିତ l ଆମର ହୃଦୟ ନିରନ୍ତର କାର୍ଯ୍ୟ କରିଥାଏ l ଆମେ ଥକିଯିବା ସମୟରେ ହେଉ କିମ୍ବା ରାତ୍ରିରେ ବିଶ୍ରାମ ନେବା ସମୟରେ ହେଉ ଆମ ହୃଦୟ ସର୍ବଦା ଗତିଶୀଳ ରହିଥାଏ l ହୃଦୟ ପ୍ରତିଦିନ ପାଖାପାଖି ୮ ହଜାର ଲିଟର ରକ୍ତକୁ ପମ୍ପ କରିଥାଏ l ତାର ଏହି କ୍ରିୟାଟି ସର୍ବଦା ଚାଲିଥାଏ l ହୃଦୟକୁ ସୁସ୍ଥ ରଖିବାକୁ ହେଲେ ମନକୁ ଶାନ୍ତ ରଖିବା ନିହାତି ଜରୁରୀ l ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବ ସହିତ ମାଂସପେଶୀ ଶକ୍ତିଶାଳୀ ହୋଇଥାଏ ଓ ଶରୀରରେ ରକ୍ତ ପ୍ରବାହ ମଧ୍ୟ ଠିକ ରୂପେ ହୋଇଥାଏ l ଆମର ପଚାନା ତନ୍ତ୍ର ସୁଚାରୁ ରୂପେ କାମ କରେ l ଯୋଗ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ l
ଗୋଟିଏ ନିରୋଗୀ ଓ ସୁସ୍ଥ ଜୀବନ ପାଇଁ ଯୋଗ ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ l ଯୋଗର ମହତ୍ଵକୁ ବୁଝାଇବାକୁ ଯାଇ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଯେ “ଯୋଗ ଦ୍ୱାରା ଆପଣମାନେ ପୁଣି ଏକ ବଳକା ଅବସ୍ଥାକୁ ଚାଲିଯିବେ l ଯେଉଁଠାରେ ଯୋଗ ଓ ବେଦାନ୍ତ ଅଛି ସେଠାରେ କୌଣସି ପ୍ରକାରର ଅସାଧୁତା ,ଅଜ୍ଞାନତା ଓ ଅନ୍ୟାୟ ରହିବ ନାହିଁ l ”
ଆଜିର ଗତିଶୀଳ ଦୁନିଆଁ ରେ ନିଜକୁ ସୁସ୍ଥ ରଖିବା ପାଇଁ ଟିକିଏ ସମୟ ଦେବା ଆବଶ୍ୟକ ଯୋଗ ଦ୍ୱାରା ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଠିକ୍ ରେ ବୁଝିବା ଆବଶ୍ୟକ l ଏହା କେବଳ ଗୋଟିଏ ବ୍ୟାୟାମ ନୁହେଁ ଜୀବନ ଶୈଳୀରେ ଏହା ଏକ ଚେତନା ସଦୃଶ l
ଜୁନ ମାସ ୨୧ ତାରିଖକୁ “ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ “ଭାବରେ ଘୋଷଣା କରାଯାଇଛି l ୧୧ ଡିସେମ୍ବର ୨0୧୪ ରେ ସଂଯୁକ୍ତ ରାଷ୍ଟ୍ରରେ ୧୭୭ ସଦସ୍ୟଙ୍କ ଦ୍ୱାରା ୨୧ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମାନ୍ୟତା ଦିଆଯାଇ ମଞ୍ଜୁରୀ ମିଳିଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ପ୍ରସ୍ତାବକୁ ୯0 ଦିନ ଭିତରେ ବହୁମତରେ ପାରିତ କରା ଯାଇଥିଲା l ଏହିଦିନ ସାରା ବିଶ୍ୱବାସି ଯୋଗର ମହତ୍ଵକୁ ବୁଝି ନିଜନିଜ ଦେଶରେ ଯୋଗକରି ପାଳନ କରିଥାନ୍ତି l