ଭୁବନେଶ୍ୱର,ତା.୧୭/୦୬: ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ଦତ ଜଣେ ଦକ୍ଷ ସଙ୍ଗଠକ ଏବଂ ଲୋକପ୍ରିୟ ଜନନେତା ଭାବେ ବେଶ ଜଣାଶୁଣା ଥିଲେ ।
ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ନିଜ ବିଧାନସଭାର ପ୍ରତିଟି ବ୍ୟକ୍ତି ପାଇଁ ସେ ପୂରା ସମର୍ପିତ ଥିଲେ । ସାଧାରଣ ଗରୀବ ଲୋକଟିଏ କିପରି ସରକାରୀ ଯୋଜନାର ଲାଭ ଉଠାଇ ପାରିବ ସେ ନେଇ ସ୍ୱର୍ଗତଃ ଦତ ଅହରହ ଉଦ୍ୟମ ଚଲାଇଥିଲେ ।
ତାଙ୍କ ବିୟୋଗ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି । ମୃତୁ୍ୟ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଦତଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।