Odisha news

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଙ୍କ ସୂଚନା :ଘରୋଇ ବିମାନ ସେବା ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ

0

ନୂଆଦିଲ୍ଲୀ: ସପ୍ତାହକ ମଧ୍ୟରେ ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇଛନ୍ତି।

ଏପରିକି ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସେ ସ୍ପଷ୍ଟ କରି ନାହାନ୍ତି।

ଘରୋଇ ବିମାନ ସେବା ଆରମ୍ଭ ହେବା ପାଇଁ ରାଜ୍ୟରେ ଥିବା ଆନୁସଙ୍ଗିକ ସୁବିଧାର ମଧ୍ୟ ଅନୁଧ୍ୟାନ କରିବାକୁ ପଡିବ। ଏଥିସହ ଗ୍ରୀନ ଜୋନ ଗୁଡିକ ମଧ୍ୟରେ ବିମାନ ସେବା ଆରମ୍ଭ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବାପରେ ମାର୍ଚ୍ଚ ୨୪ରୁ ବିମାନ ସେବା ବାତିଲ କରାଯାଇଥିଲା।
Govt
Leave A Reply