Odisha news

କାହିଁକି ଇଣ୍ଡିଗୋ ଏୟାରଲାଇନ୍ସ  କ୍ୟାନ୍ସେଲ କରୁଛି ବିମାନ ଉଡାଣ ? ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ

0

ଇଣ୍ଡିଗୋ ଏୟାରଲାଇନ୍ସ କୁ ନେଇ ଘନାଉଛି ଯାତ୍ରୀ ଅସନ୍ତୋଷ
ସାରା ଭାରତରେ ବିମାନ ବନ୍ଦରରେ ଯାତ୍ରୀ ହେଉଛନ୍ତି ହନ୍ତସନ୍ତ
ଗତ ୪ଦିନ ହେଲାଣି ବିମାନ ଯାତ୍ରୀଙ୍କର ଦୂର ହେଉନି ସମସ୍ୟା
କାହିଁକି ହେଉଛି ଇଣ୍ଡିଗୋ ଫ୍ଲାଇଟ କ୍ୟାନ୍ସେଲ ?
ଇଣ୍ଡିଗୋ ଯାତ୍ରୀଙ୍କ ସମସ୍ୟାର ଅନ୍ତ କେବେ ହେବ ?

ଗତ ୪ଦିନ ହେଲା ଇଣ୍ଡିଗୋ ବିମାନ ଉଡାଣ ସଙ୍କଟ ଲାଗିରହିଛି l ଏହି ୪ଦିନ ମଧ୍ୟରେ ଏୟାରଲାଇନ୍ସ ପକ୍ଷରୂ ହଜାର ହଜାର ଉଡାଣ କ୍ୟାନ୍ସେଲ ହେବାରେ ଲାଗିଛି, ଶୁକ୍ରବାର ୫ ଡିସେମ୍ବର ରେ ପାଖାପାଖି ୫୫୦ ବିମାନ ର ଉଡାଣ ରଦ୍ଧ କରାଯାଇ ସାରିଛି l ଏବଂ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଇଣ୍ଡିଗୋ ଯାତ୍ରୀ ଏହି ଅସୁବିଧାର ସମୁଖୀନ ହେବେ ବୋଲି ଏୟାରଲାଇନ୍ସ ପକ୍ଷରୁ ସଂକେତ ଦିଆଯାଇଛି l

ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ର ପରିଚାଳନା ରେ ବ୍ୟବଧାନ ଲଗାତାର ଚତୁର୍ଥ ଦିନରେ ଦେଖିବାକୁ ମିଳିଛି, ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଭାରତର ବିଭିନ୍ନ ଏୟାରପୋର୍ଟ ରୁ ପାଖାପାଖି ୫୫୦ ବିମାନ ର ଉଡାଣ କୁ ରଦ୍ଧ କରାଯାଇଛି l ଏହାକୁ ନେଇ ବିମାନବନ୍ଦର ଗୁଡିକରେ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି l ଏହା ପୂର୍ବରୁ ଗୁରୁବାର ଦିନ ୫୫୦ ରୁ ଅଧିକ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ର ଉଡାଣ କ୍ୟାନ୍ସେଲ କରାଯାଇଥିଲା, ତେଣୁ ଦିଲ୍ଲୀ ଏୟାରପୋର୍ଟ , ବେଙ୍ଗାଳୁରୁ ଏୟାରପୋର୍ଟ, ହାଇଦ୍ରାବାଦ ଏୟାରପୋର୍ଟ ର ଗତ ୪ଦିନ ମଧ୍ୟରେ ୧ହଜାର ରୁ ଅଧିକ ଫ୍ଲାଇଟ କ୍ୟାନ୍ସେଲ ହୋଇସାରିଛି l

କାହିଁକି କ୍ୟାନ୍ସେଲ ହେଉଛି ଇଣ୍ଡିଗୋ ବିମାନ ?

ଇଣ୍ଡିଗୋ ଏୟାରଲାଇନ୍ସ ଗତ କିଛିଦିନ ହେବ ପାଇଲଟ ମାନଙ୍କ ଅସୁବିଧାର ସମୁଖୀନ ହେଉଛି, ବିଶେଷ କଥାଟି ହେଲା ଉଡାଣ ଡିୟୁଟି ର ସୀମା ନିର୍ଧାରଣ କରୁଥିବା FDTL ନିୟମ ନିର୍ଧାରଣ କରିବା ପରେ ଏୟାରଲାଇନ୍ସ  ପାଇଲଟ ମାନଙ୍କର ଅସୁବିଧାର ସମୁଖୀନ ହେଉଛି l ନୂଆ ନିୟମ ଅନୁସାରେ ମାନଙ୍କ ପାଇଁ ସାପ୍ତାହିନ ବିଶ୍ରାମ ନିୟମ ବଢ଼ାଇ ଦିଆଯାଇଛି, ଏବଂ ରାତ୍ରିରେ ଲାଣ୍ଡିଙ୍ଗ ସଂଖ୍ୟା ସୀମିତ କରିଦିଆ ଯାଇଛି l କାରଣ ଉଡାଣ ର ସୁରକ୍ଷା କୁ ମଜବୁତ କରିଦିଆ ଯାଇପାରିବ l ଅନେକ ସଂଖ୍ୟା ରେ ପାଇଲଟ ଅନିବାର୍ଯ୍ୟ ଟେଷ୍ଟ ପିରିଅଡ କାରଣରୁ ଫ୍ଲାଇଟ ନେଇ ଯିବାକୁ ଅସମର୍ଥ ହେଉଛନ୍ତି l

ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ଆଶା କରାଯାଉଛି ଯେ ୧୦ ଫେବୃଆରୀ ମଧ୍ୟରେ ସମସ୍ତ ସମସ୍ୟା ର ଅନ୍ତ ହେଇଯିବ , ନୂଆ FDL ନିୟମ ଲାଗୁ ହେବା କାରଣରୁ ଏୟାର ଲାଇନ୍ସ କୁ ଅଧିକ  ପାଇଲଟ ଙ୍କ ଆବଶ୍ୟକତା ରହିଛି l ନୂଆ ନିୟମ ଅନୁସାରେ ପୂର୍ବରୁ ପାଇଲଟ ମାନଙ୍କ ପାଇଁ ସାପ୍ତାହିକ ବିଶ୍ରାମ ସମୟ ୩୬ ଘଣ୍ଟା ରହିଥିଲା, ଯାହାକି ଏବେ ୪୮ ଘଣ୍ଟା କରିଦିଆ ଯାଇଛି ଏବଂ ଗୋଟିଏ ପାଇଲଟ ସପ୍ତାହକୁ ୨ଥର ରୁ ଅଧିକ ନାଇଟ ଲାଣ୍ଡିଙ୍ଗ କରିପାରିବେ ନାହିଁ l

Leave A Reply