ଭାରତ ଜନସଂଖ୍ୟା ରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହାକୁ ଛାଡ଼ିଲେ ଭାରତ ମଧ୍ୟ ବିଶ୍ୱରେ ନିଜର କିଛିଟା ବିଶେଷ ଛାପ ଛାଡ଼ିଚି । ହୁଏତ ଏହା ସମସ୍ତ ଭାରତୀୟ ଜାଣି ନଥିବେ । ଆଜି ଆସନ୍ତୁ ଜାଣିବା ଆମ ଦେଶ ଭାରତ ବିଷୟରେ କିଛିଟା ବିଶେଷ କଥା ।
– ଚଳଚ୍ଚିତ୍ର ତ ସମସ୍ତ ଦେଶ ରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଚଳଚ୍ଚିତ୍ର ନିର୍ମାଣ କୁ ନେଇ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଛି । ଏହାଛଡା ଭାରତରେ ସବୁଠୁ ଅଧିକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥାଏ ।
– ଭାରତ ଟି -20 ଓ ୱାନ ଡେ କ୍ରିକେଟ ଟିମ୍ ICC ରାଙ୍କିଂ ରେ ଦୁନିଆରେ ନମ୍ବର ୱାନ ଅଟେ ।
– ଭାରତ ଛେଳି ଦୁଗ୍ଧ ଉତ୍ପାଦନ ରେ ମଧ୍ୟ ବିଶ୍ଵରେ ପ୍ରଥମ ସ୍ଥାନ ରେ ମଧ୍ୟ ରହିଛି ।
– ଭାରତରେ ଦକ୍ଷିଣ ଭାରତ କଦଳୀ ଚାଷ ରେ ପ୍ରଥମ ସ୍ଥାନ ରେ ରହିଥିବା ବେଳେ ଭାରତ ବିଶ୍ଵ ସ୍ତରରେ କଦଳୀ ଚାଷ ରେ ପ୍ରଥମ ସ୍ଥାନ ରେ ରହିଛି ।
– ଗାଈ କୁ ଭାରତ ରେ ଗୋ ମାତା ର ସ୍ଥାନ ଦିଆ ଯାଇଥାଏ । ବିଶ୍ୱରେ ସବୁଠୁ ଅଧିକ ଗାଈ ଭାରତରେ ଅଛନ୍ତି ।
– ଅଦା ହେଉଛି ଗୋଟିଏ ଲାଭ ଦାୟକ ଚାଷ । ଅଦା ଉତ୍ପାଦନ ରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନ ରେ ରହିଛି ।
– ଝୋଟ ରେ ପ୍ରସ୍ତୁତ ଜିନିଷ ଭାରତରେ ସବୁଠୁ ଅଧିକ ଦେଖିବାକୁ ମିଳିଥାଏ । ସେହିଭଳି ଝୋଟ ଉତ୍ପାଦନ ରେ ମଧ୍ୟ ଭାରତ ର ସ୍ଥାନ ପ୍ରଥମ ରେ ରହିଛି ।
– ମହା ରାଷ୍ଟ୍ର ଓ ଦକ୍ଷିଣ ଭାରତ ରେ ସବୁଠୁ ଅଧିକ ସୁସ୍ୱାଦୁ ମିଳିଥାଏ । ସେହିଭଳି ଭାରତ ମଧ୍ୟ ଆମ୍ବ ଉତ୍ପାଦନ ରେ ବିଶ୍ଵ ରେ ପ୍ରଥମ ସ୍ଥାନ ରେ ରହିଛି ।
