Odisha news

ଭାରତୀୟ ସେନା ପାଇଁ ଚିନ୍ତାର କାରଣ : ଚୀନ୍ ପକ୍ଷରୁ LAC ରେ ମୁତୟନ ହେଲେ ୩ ବ୍ରିଗେଡ

0

ଭାରତ ଚୀନ୍ ସୀମାରେ ରେ ଜାରି ରହିଥିବା ଉତେଜନା ମଧ୍ୟରେ ପିପୂଲ୍ସ ଲିବରେଶନ ଆର୍ମି (PLA) ନିଜର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ କୁ ମଜବୁତ୍ କରୁଛି । ସୂଚନା ଯୋଗ୍ୟ ଯେ PLA ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଙ୍କ ନିକଟରେ ଭାରତ ସହିତ ସଂଲଗ୍ନ ସୀମାର ସୁରକ୍ଷା ଦାୟିତ୍ଵ ରହିଛି । PLA ପକ୍ଷରୁ ଦୁଇଟି ସଂଯୁକ୍ତ ସଶସ୍ତ୍ର ବ୍ରିଗେଡ କୁ ଅରୁଣାଚଳ ପ୍ରଦେଶ ରେ ମୁତୟନ କରାଯାଇଛି ଓ ଅନ୍ୟ ଗୋଟିଏ PLA ବ୍ରିଗେଡ କୁ ଚୀନ୍ ଭୁଟାନ ସୀମା ନିକଟରେ ସିଲିଗୁଡ଼ି କରିଡର ନିକଟରେ ରିଜର୍ଭ ଭାବରେ ରଖା ଯାଇଛି । ଏହି ୩ବ୍ରିଗେଡ ଙ୍କୁ PLA ର ପୂର୍ବ ଓ ଦକ୍ଷିଣ ଥିଏଟର କମାଣ୍ଡ କୁ ଦକ୍ଷିଣ ଥିଏଟର କମାଣ୍ଡ ରେ ସାମିଲ କରାଯାଇଛି ।

PLA ର ଗୋଟିଏ ଡିଭିଜନ ରେ ୪,୫୦୦ ସୈନିକ ମୁତୟନ :-
PLA ସମସ୍ତ ବ୍ରିଗ୍ରେଡ ରେ ପାଖାପାଖି ୪, ୫୦୦ ଶହ ସୈନିକ ରହିଛନ୍ତି । ହିନ୍ଦୁସ୍ଥାନ ଟାଇମ୍ସ ରେ ବାହାରିଥିବା ଖବର ଅନୁସାରେ ଇଣ୍ଡିଆନ୍ ଆର୍ମି ର ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଶୀତ ଋତୁ ଆରମ୍ଭ ହେବା ମାତ୍ରକେ ବର୍ତ୍ତମାନ୍ PLA ର ପଶ୍ଚିମ ଥିଏଟର କମାଣ୍ଡ ଓ ରିଜର୍ଭ ଭାବରେ ଅଣାଯାଇ ଥିବା ୩ଟି ସଂଯୁକ୍ତ ସଶସ୍ତ୍ର ବ୍ରିଗେଡ ଉପରେ ନଜର ରଖା ଯାଇଛି ।
ଭାରତର ବିଦେଶ ମନ୍ତ୍ରୀ ଏସ ଜୟସଙ୍କର ଅନେକ ଥର ସୂଚନା ଦେଇଛନ୍ତି ଯେ ଏଲ୍ ଏ ସି ରେ ଶାନ୍ତି ଓ ସ୍ଥିରତା ଦ୍ୱିପାକ୍ଷିକ ସମ୍ବନ୍ଧ ଓ ଚର୍ଚ୍ଚା ଉପରେ ନିର୍ଭର କରେ । ଚୀନ୍ ରେ ବର୍ତ୍ତମାନ୍ ୨୦ ତମ ଦଳ କଂଗ୍ରେସ ମଧ୍ୟ ସମାପ୍ତ ହୋଇ ସାରିଛି ଓ ଶି ଜିନ୍ ପିଙ୍ଗ ପୁନର୍ବାର ରାଷ୍ଟ୍ରପତି ହୋଇ ସାରିଛନ୍ତି । ଯଦି PLA ବ୍ରିଗେଡ ନିଜ ମୂଳ ସ୍ଥାନ କୁ ଫେରି ନଯାନ୍ତି ତେବେ ଭାରତୀୟ ସେନା ଙ୍କୁ ଶୀତଋତୁ ସାରା ମୁତୟନ ହୋଇ ରହିବାକୁ ପଡିବ ।
Leave A Reply