Odisha news

ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଚୀନ ରାଷ୍ଟ୍ରପତି ସୀ ଜିନପିଙ୍ଗ ଅଭିନନ୍ଦନ ଜଣାଇଲେ

0

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ରାଷ୍ଟ୍ରପତି ପଦବୀ ଶପଥ ନେବା ପାଇଁ ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ସି ଜିନପିଙ୍ଗ ସୋମବାର ଦିନ ଅଭିନନ୍ଦନ ଜଣାଇଥିଲେ l ଚୀନ ରାଷ୍ଟ୍ରପତି କହିଛନ୍ତି ଯେ ‘ ଚୀନ ଓ ଭାରତଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ଖୁବ ଭଲ ରହିବ l ଚୀନ ଓ ଭାରତ ଉଭୟ ଉଭୟଙ୍କ ଭଲ ପଡୋଶୀ ଅଟନ୍ତି l ଉଭୟ ଦେଶ ମିଳିମିଶି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରିବେ l

ଚୀନ ର ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ଯେ ଭାରତ ଓ ଚୀନ ସମ୍ପର୍କ ମଜବୁତ ହେବା ସହିତ ଉଭୟ ମିଳିତ ଭାବରେ ସାରା ବିଶ୍ୱରେ ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ଅନୁକୂଳ କାର୍ଯ୍ୟ କରିବେ l ଏହାଛଡା ଚୀନ ଭାରତ ସହିତ ନିଜର ସମ୍ବନ୍ଧ କୁ ଖୁବ ଗୁରୁତ୍ୱ ଦେଉଛି l ଏହାଛଡା ଉଭୟ ଦେଶର ଉନ୍ନତି, ପ୍ରଗତି ଓ ଶାନ୍ତି ପାଇଁ କାର୍ଯ୍ୟ କରିବାକୁ ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ଚୀନ ପ୍ରସ୍ତୁତ ଅଛି l

ଏହାଛଡା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ର ରାଷ୍ଟ୍ରପତି ବିକ୍ରମ ସିନ୍ଧେ ମଧ୍ୟ ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଅଭିବାଦନ ଜଣାଇଛନ୍ତି l ଦ୍ରୌପଦୀ ମୁର୍ମୁ ସୋମବାର ଦିନ ସଂସଦ ର ସେଣ୍ଟ୍ରାଲ ହଲ ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି l ଭାରତ ର ମୁଖ୍ୟ ଜଷ୍ଟିସ ଏନ . ବି. ରମଣ ତାଙ୍କୁ ରାଷ୍ଟ୍ରପତି ପଦବୀ ଶପଥ ଦେଇଥିଲେ l

Nalco
Leave A Reply