Odisha news

ଧରାକୋଟ , ଜାତୀୟ ରାଜପଥ ରୁ ପାଣି ଝରୁଛି ଦୁର୍ଘଟଣା ଆଶଙ୍କା

0
ଧରାକୋଟ ..27/7/22 : ଜାତୀୟ ରାଜପଥ 59 ଏବେ ବିପଦରେ । ରାଜପଥ ନିର୍ମାଣ ପାଇଁ ସଂପ୍ରତି ଠିକା ସଂସ୍ଥା କାର୍ଯ୍ୟ କରୁଥିବାରୁ କିଛି ସ୍ଥାନରେ କାଲ୍ଭର୍ଟ ତିଆରି ହେଉଥିବାରୁ ପାର୍ଶ୍ୱରେ ବିକଳ୍ପ ରାସ୍ତା ନିର୍ମାଣ କରାଯାଇଛି । ଏହା ଖାଲ ଖମା ହୋଇ ରହିଛି।ଅନ୍ୟ ପଟେ ରାସ୍ତା ସମ୍ପ୍ରସାରଣ ହେଉଥିବା ଯୋଗୁଁ ନିର୍ମାଣରେ ବ୍ୟବହୃତ ସାମଗ୍ରୀ ଏପଟ ସେପଟ ପଡ଼ିରହି ଦୁର୍ଘଟଣା ଘଟିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ମଧ୍ୟରେ ଭଣ୍ଡାରି ବସା ଠାରୁ ମୁଣ୍ଡ ମରାଈ ମଧ୍ୟରେ ଜାତୀୟ ରାଜପଥ ରୁ ଠାକୁରାଣୀ ମନ୍ଦିର ସମ୍ମୁଖରେ ପାଣି ଝରୁଛି। ଅନୁସନ୍ଧାନ କରିବା ବେଳେ ଜଣା ପଡ଼ିଛି ରାଜପଥକୁ ଲାଗି ଋଷିକୁଲ୍ୟା ମୁଖ୍ୟ କେନାଲ ଯାଇଛି। କେନାଲ ପାଣି ଏଠାରେ ରାଜପଥ ଉପରେ ଝରୁଛି । ଏହି ଝର ପାଣି ନିସ୍କାସନ ପାଇଁ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରା ଯାଇଥିଲା।
ଜନବିଲୀ ଠାରୁ ବ୍ରହ୍ମପୁର ସହରକୁ ପିଇବା ପାଣି ଯୋଗାଇ ଦିଆଯାଉଛି। ଏଥି ପାଇଁ ଯେଉଁ ପାଇପ ଲାଇନ୍ ଯାଇଛି ତାହା ରାଜପଥ ପାର୍ଶ୍ୱରେ ଅବସ୍ଥିତ ଡ୍ରେନ ଉପରେ ଯାଇଥିବାରୁ ତାହା ନିସ୍କାସନ ପାଇଁ ବାଧା ସୃଷ୍ଟି କରୁଛି ।ଏଣୁ ଝର ପାଣି ରାଜପଥ ଉପରେ ଝରୁଛି। ଗୋପାଳପୁର ଠାରୁ ଖରୀଆର ରୋଡ ଯାଇଥିବା ଏହି ଜାତୀୟ ରାଜପଥ ଉପରେ ପ୍ରତିଦିନ ଘରୋଇ ବସ, ଟ୍ରକ୍, ଟ୍ରାକ୍ଟର, କାର, ଆମ୍ବୁଲାନ୍ସ ଓ ଦୁଇ ଚକିଆ ଯାନ ଶହ ଶହ ସଂଖ୍ୟାରେ ଯାତାୟାତ କରିଥାଏ । ପାଣି ଝରିବା ଯୋଗୁଁ  ପାର୍ଶ୍ୱରେ ଶିଉଲି ସହ ରାସ୍ତା ଉପରେ ଛୋଟ ବଡ଼ ଗର୍ତ୍ତ ଧୀରେ ଧୀରେ ସୃଷ୍ଟି ହେଉଛି ଯାହାକି ଦୁର୍ଘଟଣାର ସମ୍ଭାବନାକୁ ଏଡାଇ ଦେଇ ହେଉ ନାହିଁ। ରାଜପଥ ବିଭାଗର ପଦାଧିକାରୀ ମାନେ ତୁରନ୍ତ ଝରୁଥିବା କେନାଲ ପାଣି ନିସ୍କାସନ ପାଇଁ ବ୍ୟବସ୍ଥା ନକଲେ ଏହା ଦୁର୍ଘଟଣାର ହଟ୍ ସ୍ପଟ୍ ହବ ଏଥିରେ ସନ୍ଧେହ ନାହିଁ ।
Nalco
Leave A Reply