ବର୍ତମାନ ପବିତ୍ର ଶ୍ରାବଣମାସ ଚାଲିଛି l ଜୁଲାଇ ୨୭ ବୁଧବାର ଦିନଟି ଉପଯୁକ୍ତ ଦିନ ଅଟେ ଯେଉଁଦିନ ବିଘ୍ନହର୍ତା ଗଣପତି ଙ୍କୁ ପୂଜା କରାଯାଇ ଥାଏ l ଏହିଦିନ ବିଶେଷ ମନ୍ତ୍ର ପାଠ ଦ୍ୱାରା ଗଣପତିଙ୍କୁ ସନ୍ତୁଷ୍ଟ କରାଯାଇ ଥାଏ l ଯାହାକି ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଉନ୍ନତି କରାଇ ଥାଏ l
* ଗଣେଶଙ୍କ ଆବାହନ ମନ୍ତ୍ର –
ଗଜାନନଂ ଭୁତାଗଣlଦିସେବିତମ କପିତଥ ଜମ୍ବୁଫଳ ଚାରୁ ଭକ୍ଷଣ l ଉମାସୁତନ ଶୋକ ବିନସକାରକଂ ନମାମି ବିଘ୍ନେଶ୍ୱର ପାଦପଙ୍କଜମ l ଆଗଛ ଭଗବନ୍ଦେମ ସ୍ଥାନେ ଚାତ୍ର ସ୍ଥିର ଭବ l ଜାବତପୂଜ୍ୟ କରିଷ୍ୟମି ତlବତଙ୍ଗସନିଧୌ ଭବ l
– ଏହି ମନ୍ତ୍ରଟିକୁ ପାଠ କରିବା ସମୟରେ ମନରେ ସକାରାତ୍ମକ ଭାବନା ସହିତ ମନରେ ସ୍ଥିରତା ଆଣିବା ଜରୁରୀ l ଏହି ମନ୍ତ୍ରର ବିଶେଷତା ହେଉଛି ଯେ ଜୀବନର କ୍ଳେଶ କୁ ଦୂର କରି ସମସ୍ତ କ୍ଷେତ୍ରରେ ସଫଳତା ଓ ସନ୍ତୁଷ୍ଟି ପ୍ରଦାନ କରିଥାଏ l
– ଶ୍ରାବଣ ବୁଧବାର ଦିନ ଏହି ମନ୍ତ୍ରଟି ଜପ କରିବା ଦ୍ୱାରା ପଡି ରହିଥିବା କାର୍ଯ୍ୟ ଖୁବ ସହଜରେ ହୋଇ ଯାଇଥାଏ l ଯାହା ଫଳରେ ଜୀବନରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ସମସ୍ତ କ୍ଷେତ୍ରରେ ଏକାଗ୍ରତା ବୃଦ୍ଧି ପାଇଥାଏ l
– ଯଦି ଆପଣଙ୍କର ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ଆପଣ ଏହି ମନ୍ତ୍ରଟିକୁ ନିଜ ପ୍ରତିଷ୍ଠାନ ରେ ପାଠ କରନ୍ତୁ ଓ ବିଘ୍ନହର୍ତା ଙ୍କୁ ସ୍ମରଣ କରନ୍ତୁ l ଏହାଦ୍ୱାରା ବ୍ୟବସାୟରେ ସଫଳତା ଲାଭ କରିବାର ସମ୍ଭାବନା ରହିଥାଏ l
– ପ୍ରତି ଶ୍ରାବଣ ବୁଧବାର ଦିନ ଗଣପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ପଦ୍ମଫୁଲ ଅର୍ପଣ କରନ୍ତୁ ଓ ଏହା ସହିତ ଦୁବ ଅର୍ପଣ କରିବା ପାଇଁ ଭୁଲିବେ ନାହିଁ l
– ଗଣପତିଙ୍କ ନିକଟରେ ମନ୍ତ୍ର ପାଠ ସମୟରେ ସର୍ବଦା ସକାରାତ୍ମକ ଭାବନା ରଖିବା ନିହାତି ଜରୁରୀ l ଏହାଦ୍ୱାରା ଘର ପରିବାର ଉପରୁ ସମସ୍ତ ବିପଦ ଦୁରେଇ ଯାଇଥାଏ l ସନ୍ତାନ ମାନଙ୍କର ଜୀବନ ରେ ଉନ୍ନତି ହୋଇଥାଏ l
