Odisha news

ଗ୍ରୀନ ମାର୍କେଟ ଆମ ଦଖଲରେ, କୋର୍ଟ ରାୟ ପରେ ସମସ୍ତ ବ୍ୟବସାୟୀ ଓ ଚାଷୀଙ୍କୁ ଥଇଥାନ କରାଯିବ; ଓଏସଆରଟିସି

0

ବ୍ୟାସନଗର : ଗ୍ରୀନ ମାର୍କେଟ ଆମ ଦଖଲରେ ଅଛି । ପ୍ରଭାତ କିଏ ? ଯିଏ ମାହାସୁୁଲ ଆଦାୟ କରୁଛି । ଯଦି କୈାଣସି ବ୍ୟବସାୟୀ ମାହାସୁଲ ଦେଉଥିବ, ଆମେ ବାକିଆ ମିଶାଇ ଆଦାୟ କରିବୁ । କେବଳ କୋର୍ଟଙ୍କ ରାୟକୁ ଅପେକ୍ଷା କରିଛୁ । ଗ୍ରୀନ ମାର୍କେଟକୁ ନେଇ ଝାମେଲା ବା କୋର୍ଟ ଓ ଥାନା ଯାଏ କଥା ଯାଇଥିବା ବେଳେ ଏଭଳି ପରିସ୍ଥିତିରେ ଓଏସଆରଟିସିର ସାଧାରଣ ପରିଚାଳକ ବ୍ରଜ ଗୋପାଳ ଆଚାର୍ଯ୍ୟ ସ୍ପଷ୍ଟ କରିବାକୁ ଯାଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଛନ୍ତି କି ଗ୍ରୀନ ମାର୍କେଟରେ ବସୁଥିବା ସମସ୍ତ ବେପାରୀ ଏବଂ ଚାଷୀଙ୍କୁ ପୂର୍ବପରି ଥଇଥାନ କରାଯିବ । କାହାକୁ ଅସୁବିଧାରେ ପକାଇବା ଆମର ଲକ୍ଷ୍ୟ ନୁହେଁ । କିନ୍ତୁ ଆମ ଦଖଲରେ ଗ୍ରୀନ ମାର୍କେଟ ଥିବା ବେଳେ ଲିଜ୍ଧାରୀ ମାହାସୁଲ ଏବଂ ଭଡ଼ା ଆଦାୟ କରିବାଟାକୁ ଗ୍ରହଣ କରାଯାଇନପାରେ । ଯେଉଁ ମାନେ ଏବେ ମାହାସୁଲ କି ଭଡ଼ା ଦେଉଛନ୍ତି କୋର୍ଟ ରାୟ ପରେ ସେମାାନଙ୍କ ଠାରୁ ପୁରୁଣା ହିସାବ ନିଆଯାଇ ଭଡ଼ା ହେଉ କି ମାହାସୁଲ ଆଦାୟ କରାଯିବ ।

ଏଥିରେ କୈାଣସି ବୁଝାମଣା କରାଯାଇପାରିବ ନାହିଁ । କିନ୍ତୁ ଆମକୁ କୋର୍ଟଙ୍କ ରାୟକୁ ଅପେକ୍ଷାକରିବାକୁ ପଡ଼ିବ । ବ୍ୟାସନଗର ତହସିଲ ଅନ୍ତର୍ଗତ ଦଳା ମୈାଜାରେ ଓଏସଆରଟିସି ପ୍ଲଟ ନଂ ୮୩, ଖାତା ନଂ ୨୦୫ରେ ଥିବା ୨.୦୪ ଏକର ଜମିକୁ ନଟପଡ଼ାର ପ୍ରଭାତ ପରିଡ଼ା ଓରଫ ବାବୁଲି  ଲିଜ୍ସୂତ୍ରରେ ନେଇଥିଲେ ।  କିନ୍ତୁ ଚୁକ୍ତି ଅନୁଯାୟୀ ପଇସା ନଦେବାର ମାମଲା ଜିଲା ନ୍ୟାୟାଳୟ ଖୋର୍ଦ୍ଦାଙ୍କ ନିକଟରେ ପହଁଚିଥିଲା । ମାନ୍ୟବର ଅଦାଲତଙ୍କ ନିଦେ୍ର୍ଦଶରେ ଓଏସଆରଟି ଲିଜ୍ଧାରୀଙ୍କୁ ଜମିରୁ ବେଦଖଲ କରିଥିଲେ । ଉକ୍ତ ଆଦେଶନାମା ବଳରେ ଓଏସଆରଟିସି ପକ୍ଷରୁ  ତା୨୯ା୨ା୨୦ରେ  ଗ୍ରୀନ ମାର୍କେଟରେ ବିଜ୍ଞପ୍ତି ଫଳକ ମରାଯିବା ସହ ଉକ୍ତ ଭୂସଂପତି ସଂକ୍ରାନ୍ତରେ କୈାଣସି ବ୍ୟକ୍ତି ବାବୁଲିଙ୍କ ବ୍ୟବସାୟୀକ ସଂପର୍କ ରଖନ୍ତି, ତାହା ହେଲେ ଓଏସଆରଟିସି ଦାୟୀ ରହିବନି ବୋଲି ସାଧାରଣ ପରିଚାଳନ ପ୍ରଶାସନଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଲିଜ୍ଧାରୀ ଏହାକୁ ଅମାନ୍ୟ କରି ବେପାରୀ ଓ ଚାଷୀଙ୍କ ଠାରୁ ଯେଭଳି ପୂର୍ବରୁ ମାହାସୁଲ ଆଦାୟ କରିବା ସହ ଫଳକକୁ ଭାଙ୍ଗିବା ଏବଂ ଓଏସଆରଟିସି ପକ୍ଷରୁ ନିଯୁକ୍ତ କେୟାରଟେରଙ୍କୁ ଧମକ ଦେବା ଭଳି ଅଭିଯୋଗ ମାଚର୍୍ମାସରେ ହୋଇଥିଲା । ଅଭିଯୋଗ ଭିତିରେ ଯାଜପୁର ରୋଡ଼ ପୁଲିସ  ଲିଜ୍ଧାରୀ ବାବୁଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗ୍ରୀନ ମାର୍କେଟରେ ଶତାଧିକ ବେପାରୀ ଓ ଚାଷୀ  ପରିବା ବେପାର କରିଥାନ୍ତି । ତେବେ କରୋନା କାରଣରୁ  ବେପାରୀ ଓ ଚାଷୀଙ୍କୁ ନହକା ବାଇପାସ୍କୁ ସ୍ଥାନାନ୍ତର କରାଯାଇଛି ।

Nalco

Leave A Reply