Odisha news

ଜଣେ ପ୍ୟାସେଞ୍ଜରକୁ ନେଇ ଯାଜପୁର ରୋଡ଼ରୁ କଟକ ଗଡ଼ିଲା ବସ

0

ବ୍ୟାସନଗର : ଅଢେଇ ମାସ ପରେ ଆଜି ଯାଜପୁର ରୋଡ଼ରୁ କଟକରୁ ବସ ଗଡ଼ିଛି । ମା ନାମକ ବସ ଆଜି ସକାଳ ୭ଟାରେ ଯାଜପୁର ରୋଡ଼ ଷ୍ଟାଣ୍ଡରୁ ଜଣେ ପ୍ୟାସେଞ୍ଜରକୁ ଧରି କଟକ ବାହାରିଥିଲା । କରୋନା ପାଇଁ ବସ ଲକଡ଼ାଉନ ଘୋଷଣା ଏବଂ ଗାଡ଼ି ଚଳାଚଳ ଉପରେ କଟକଣା କାରଣରୁ ଦୀର୍ଘ ଅଢେଇମାସ ଧରି ବସଚଳାଚଳ ବନ୍ଦ ରହିଥିଲା । ରାଜ୍ୟ ସରକାର କଟକଣାରେ କୋହଳ କରିବା ପରେ ଜୁନ ମାସ ପହିଲାରୁ ବସ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ ।

କିନ୍ତୁ ବସ ମାଲିକ ସଂଘ କେତେକ ଦାବି ରଖି ବସଚଳାଚଳ ନକରିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ରାଜ୍ୟ ସରକାର ବସମାଲିକ ସଂଘ ୩ମାସର ପରମିଟ ଦେୟ ମୁକ୍ତ କରିବାକୁ ରାଜି ହେବା ପରେ ପହିଲାରୁ ବସ ଚାଲିବା ନେଇ ଘୋଷଣା ହୋଇଥିଲା । ହେଲେ ଯାଜପୁର ରୋଡ଼ରୁ କୈାଣସି ସ୍ଥାନକୁ ବସ ଗଡ଼ି ନଥିଲା । ପ୍ୟାସେଞ୍ଜର ନହେବାର ଆଶଙ୍କାରେ ବହୁ ମାଲିକ ବସ ଚଲାଇବାକୁ ରାଜି ହୋଇନଥିବା ବେଳେ ପ୍ରଥମ କରି ଆଜି ମା ସର୍ଭିସର ୪୧୯୯ ନଂ ବସ ଯାଜପୁର ରୋଡ଼ ବସଷ୍ଟାଣ୍ଡରୁ ଗଡ଼ିଥିଲା । ତେବେ କଟକକୁ ଗଡ଼ିଥିବା ବସରେ ଯାଜପୁର ରୋଡ଼ରୁ ମାତ୍ର ଜଣେ ପ୍ୟାସେଞ୍ଜର ଯାତ୍ରୀ କରିଥିଲେ ।

ବସଟି କଟକ ଯାତ୍ରା କରିବା ଭିତରେ ପାଣିକୋଇଲିରୁ ୪ଜଣ, କୁଆଖିଆରୁ ୩ଜଣ ଏବଂ ଚଣ୍ଡିଖୋଲରୁ ୨ଜଣ ପ୍ୟାସେଞ୍ଜର ଉଠାଇଥିଲା । କଟକରେ ପହଁଚି ସେଠାରୁ ଫେରିବା ବେଳେ ମଧ୍ୟ ୧୨/୧୩ଜଣ ପ୍ୟାସେଞ୍ଜର ଆସିଥିଲେ । ଯେଉଁମାନେକି ବିଭିନ୍ନ ସ୍ଥାନରେ ଓହ୍ଲାଇଥିଲେ । ବସ ଯାଜପୁର ରୋଡ଼ରେ ପହଁଚିଲା ବେଳକୁ ଜଣେବି ଯାତ୍ରୀ ନଥିଲେ । ଡ଼୍ରାଇଭର, ହେଲପର, କଣ୍ଡକ୍ଟର ୩ଜଣଙ୍କ ପାଇଁ ଦିନରେ ଯେତିକି ଖର୍ଚ୍ଚ, ତେଲଖର୍ଚ୍ଚକୁ ମିଶାଇଲେ ଭଡ଼ା ସେତିକି ହୋଇନଥିଲା । ପ୍ୟାସେଞ୍ଜର ଅଭାବରୁ ବସ ଚଳାଚଳ କରିବା ଅସମ୍ଭବ ବୋଲି କୁହାଯାଉଛି ।

Leave A Reply