Odisha news

ଇମ୍ୟୁନିଟି ବଢାଇବାକୁ ଚାହୁଁଛନ୍ତି କି ?କରନ୍ତୁ ଏହି ୩ଟି ଯୋଗାସନ ମିଳିବ ଭରପୁର ଲାଭ

ବର୍ତ୍ତମାନ ଦେଶରେ ମହାମାରୀର ପ୍ରଭାବରେ ସମସ୍ତଙ୍କ ମନରେ ଗୋଟିଏ ଭୟ ଦେଖାଦେଇଛି l ସରକାରୀ ଓ ବେସରକାରୀ ସ୍ତରରେ ବାରମ୍ବାର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ ଇମ୍ୟୁନିଟି କୁ ବଢାଇବା ପାଇଁ ଗୁରୁତ୍ୱ ଦିଆଯାଉଛି l ପ୍ରତିରକ୍ଷା ପ୍ରଣାଳୀ ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ l ଇମ୍ୟୁନିଟି ରୋଗ ସୃଷ୍ଟି କରୁଥିବା ଜୀବାଣୁ ମାନଙ୍କ ବିରୁଦ୍ଧରେ ଲଢ଼ିଥାଏ l

କେବଳ ଏହି ମହାମାରୀ ପାଇଁ ନୁହେଁ ସମସ୍ତ ରୋଗ ପାଇଁ ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜବୁତ ହେବା ଦରକାର l ପୂର୍ବ କାଳରେ ଆମ ପୂର୍ବ ପୁରୁଷ ମାନେ ନିଜକୁ ଯୋଗ ମାଧ୍ୟମରେ ସୁସ୍ଥ ରଖି ପାରୁଥିଲେ l ଏଭଳି କିଛି ଯୋଗାସନ ରହିଛି ଯାହା ଆମ ଶରୀରର ଇମ୍ୟୁନିଟି କୁ ବଢ଼ିଥାଏ lଯୋଗାସନ ଦ୍ୱାରା ମଧ୍ୟ ଶରୀରରେ ଆଣ୍ଟି ବଡି ତିଆରି ହୋଇଥାଏ l

* ଧନୁରlସନ –

ଏହି ଆସନ କରିବା ପାଇଁ ସର୍ବ ପ୍ରଥମେ ଆପଣ ପେଟେଇ ହୋଇ ଶୋଇ ପଡନ୍ତୁ l ଏହାପରେ ନିଜ ହାତକୁ ପଛକୁ ନିଅନ୍ତୁ ,ଏହାପରେ ଆଣ୍ଠୁ କୁ ଭାଙ୍ଗି ହାତରେ ଗୋଡ଼ର ଆଙ୍ଗୁଠିକୁ ଧରନ୍ତୁ l ଏହାପରେ ନିଶ୍ୱାସ ନେଇ ନିଜ କାନ୍ଧ ଉପରକୁ ଉଠାନ୍ତୁ ଯେତିକି ଆପଣ କରିପାରିବେ l ନିଜ ପେଟ ସାହାଯ୍ୟରେ ସନ୍ତୁଳନ ରଖନ୍ତୁ l

ଯଦି ଆପଣଙ୍କର ନିକଟରେ କୌଣସି ସର୍ଜରୀ ହୋଇଛି କିମ୍ବା ଗର୍ଭବତୀ ଅଛନ୍ତି ତେବେ ଏହାକୁ କରିବେ ନାହିଁ l

* ଚକ୍ରlସନ –

ଆପଣ ପ୍ରଥମେ ସିଧା ସଳଖ ଠିଆ ହୁଅନ୍ତୁ l ତା ପରେ ହାତ ଦୁଇଟିକୁ ଉପରକୁ ଉଠାନ୍ତୁ, ଧୀରେ ଧୀରେ ନିଜ ମୁଣ୍ଡ ଏବଂ ଶରୀରକୁ ପଛକୁ ନୂଆନ୍ତୁ l ନିଜର ପାଦ ଓ ହାତ ମଧ୍ୟରେ ସମ୍ପୂର୍ଣ୍ଣ ଶରୀରର ଭାରକୁ ଛାଡ଼ନ୍ତୁ l ତା ପରେ ନିଶ୍ୱାସ ନିଅନ୍ତୁ l

ଯଦି ଆପଣଙ୍କ ପିଠିରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ଏହି ଆସନ କରିବା ଉଚିତ ନୁହେଁ l

* ପଶ୍ଚିମୋତାନାସନ –

ତଳେ ଗୋଡ଼ ଲମ୍ବାଈ ବସନ୍ତୁ l ଏହାପରେ ଦୀର୍ଘ ନିଶ୍ୱାସ ନେଇ ଆଗକୁ ନଇଁ ପଡି ନିଜ ପାଦର ବୁଢା ଆଙ୍ଗୁଠିକୁ ଧରନ୍ତୁ l ତା ପରେ ନିଜ ମୁଣ୍ଡକୁ ଧୀରେ ଧୀରେ ନିଶ୍ୱାସ ନେଇ ଆଣ୍ଠୁ ରେ ଲଗାନ୍ତୁ l ଏହି ଆସନରେ କିଛି ସମୟ ପାଇଁ ସ୍ଥିର ରୁହନ୍ତୁ l

Comments are closed.