ଧାମନଗର (Basudev tripathy): ସରକାରୀ ଅଧିକାରୀମାନେ କରୋନା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଧାମନଗର ବ୍ଲକ ଅଞ୍ଚଳରେ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ଅସାଧୁ ଠିକାଦାର ମାନେ ଚୋରା କାରବାରରେ ବ୍ୟସ୍ତ ଥିବା ନଜରକୁ ଆସିଛି । ଧାମନଗର ଏନ୍ଏସି ଅନ୍ତର୍ଗତ ମୁନିସପାଟଣା ଗ୍ରାମରୁ ମୁସ୍ତଫାପୁର ଯାଉଥିବା ଗହମ ବୋଝେଇ ଏକ ପିକଅପ୍ ଗାଡ଼ିକୁ ଧାମନଗର ପୋଲିସ ଜବତ୍ କରିଥିବାବେଳେ ଉକ୍ତ ଗାଡ଼ିର ଡ଼୍ରାଇଭର ସେକ୍ ମଙ୍ଗୁଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପୋଲିସ ସୂତ୍ରରୁ ଜଣାଯାଇଛିଯେ ମୁନିସପାଟଣା ଗ୍ରମରୁ ଏକ ଗୋଦାମ ଘରୁ ଓଡ଼ି୨୨ଡ଼ି ୧୪୪୭ ନମ୍ବର ଥିବା ଏକ ପିକଅପ୍ ଗାଡ଼ିରେ ୪୨ବସ୍ତା (ପ୍ରାୟ ୨୧ କୁ୍ୟଇଣ୍ଟାଲ) ଗହମ କେଉଁଆଡ଼େ ଯାଉଥିବାବେଳେ ସ୍ଥାନୀୟ ପୋଲିସ ଧାମନଗର ସାନÿବଜାର ଠାରେ ଗାଡ଼ିକୁ ଅଟକାଇଥିଲେ ।
ଉକ୍ତ ଗହମ ପରିବହନ ସମ୍ପର୍କିତ କୌଣସି କାଗଜପତ୍ର ଡ଼୍ରାଇଭର ପାଖରେ ନଥିବାରୁ ଏବଂ ସମ୍ପୃକ୍ତ ଡ଼୍ରାଇଭର ସନ୍ତୋଷ ଜନକ ଉତ୍ତର ନଦେବାରୁ ପୋଲିସ ଗହମ ସହିତ ଗାଡ଼ିକୁ ଜବତ କରି ଥାନାକୁ ନେଇଥିଲେ । ଧାମନଗର ଆଇଆଇସି ରତିକାନ୍ତ ଗିରି େ·ରା ଗହମ ସମ୍ପର୍କରେ ତଦନ୍ତ କରିବାପାଇଁ ଧାମନଗର ବ୍ଲକ ଯୋଗାଣ ଅଧିକାରୀ ଓ ସିଡ଼ିପିଓଙ୍କୁ ସୂଚନା ଦେଇଥିବାବେଳେ ସେମାନେ ଥାନାରେ ପହଂଚି ଜବତ୍ ଗହମ ସମ୍ପର୍କରେ ଖୋଳ ତାଡ଼ କରିଥିଲେ ।
ବ୍ଲକ ଯୋଗାଣ ଅଧିକାରୀ ଉକ୍ତ ଗହମ ତାଙ୍କ ବିଭାଗର ନୁହେଁ ବୋଲି କହିଥିବାବେଳେ ସିଡ଼ିପିଓ ମଧ୍ୟ ସେ ସମ୍ପର୍କରେ କିଛି ଷ୍ପଷ୍ଟ କରିନଥିଲେ । ଏଣୁ ଆଇଆଇସି ଶ୍ରୀ ଗିରି ଗହମ େ·ରା ·ଲାଣ ହେଉଥିବା ଜାଣିପାରି ଥାନା କେସ୍ ନଂ ୧୧୯/୨୦ ଓ ଦଫା ୪୧୧, ୩୪, ୦୭ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍ ରେ ମାମଲା ରୁଜୁକରି ଡ଼୍ରାଇଭର ମଙ୍ଗୁଲୁକୁ ଗିରଫ କରି କୋର୍ଟ ·ଲାଣ କରିଥିବା ଜଣାଯାଇଛି । ତେବେ ମଧ୍ୟାହ୍ନ ଭୋଜନ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ·ଉଳ, ଗହମ ପରିବହନ କରୁଥିବା ମୁନିସପାଟଣା ଗ୍ରାମର ଏମ୍ଡ଼ି ସରଫୁଦ୍ଦିନ୍ ହୋସେନ୍ଙ୍କ ଗୋଦାମ ଘରୁ ଏହି ଗହମ ଯାଉଥିବା ପୋଲିସ ତଦନ୍ତରୁ ଜଣାଯାଇଛି ।