Odisha news

ଶୋଇବା ସମୟରେ ବିଦୂତ ସଟସର୍କିଟ : ଜଳିଗଲା ୫ବଖରା ବାସ ଗୃହ,ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ।

0

ଗୋପ : ମଙ୍ଗଳବାର ବିଳମ୍ବିତ ରାତିରେ ଶୋଇବା ସମୟରେ ବିଦୂତ ସଟସର୍କିଟ ଜୋଙ୍ଗୁ ଚାରିବଖରା ବାସଗୃହ ଜଳି ଭସ୍ମୀଭୂତ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି।ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗୋପ ବ୍ଲକ ଏରବଙ୍ଗ ପଂଚାୟତ ସାଇଁସାଇଁ ଗ୍ରାମରେ।

ସାଇଁସାଇଁ ଗ୍ରାମର ବିଶ୍ଵନାଥ ମହାରଣା,କାଶୀନାଥ ମହାରଣା,ଗୋପୀନାଥ ମହାରଣା,ନିରଞ୍ଜନ ମହାରଣା ଓ ଅନ୍ତର୍ଯ୍ୟାମୀ ମହାରଣା ପରିବାର ସହ ଖାଇପିଇ ସୋଇ ପଡ଼ିଥିବା ବେଳେ ରାତି ୩ଟା ସମୟରେ ବିଦୂତ ସଟସର୍କିଟ ରେ ଘରେ ଅଗ୍ନିକାଣ୍ଡ ଘଟିଥିଲା।

କିଛି ଘଟିବା ପୂର୍ବରୁ ପରିବାର ଲୋକେ ଘରୁ ବାହରି ଆସିଥିଲେ।ଖବର ପାଇ ଗୋପ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଂଚିବା ବେଳକୁ ପାଞ୍ଚ ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଥିଲା।ଅଗ୍ନିକାଣ୍ଡରେ ଗୋଟିଏ ବାଇକ,୫୦ବସ୍ତା ଧାନ, ୫ବସ୍ତା ମୁଗ,୧୮ବସ୍ତା ଚଉଳ ନିଆଁରେ ଜଳି ପାଉଁଶ ହୋଇଛି। ୫ ପରିବାରର ପିନ୍ଧା ଲୁଗା ଖଣ୍ଡିଏ ମଧ୍ୟ ନାହିଁ। ଖୋଲା ଆକାଶ ତଳେ ରହିଥିବା ପରିବାର ପାଖରେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀମାନେ ପହଂଚି ନଥିବାରୁ  ବିପର୍ଣ୍ଣଙ୍କ ଦୁଃଖ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.