Odisha news

ICMR ପକ୍ଷରୁ ବଡ ତଥ୍ୟ ପ୍ରଦାନ : କଣ ଭାରତୀୟ ମାନେ କରୋନା ର ବୁଷ୍ଟର ଡୋଜ୍ ଲଗାଇବା ଆବଶ୍ୟକ କି ?

ନୂଆଦିଲ୍ଲୀ : କରୋନା ମହାମାରୀ ର ତୃତୀୟ ଲହର ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ସରକାର ପାର୍ବଣ ସମୟରେ ଜନସାଧାରଣ ଙ୍କୁ ବିଶେଷ ନିବେଦନ କରିଛନ୍ତି । ତା ସହିତ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଦିନ ପ୍ରେସ କର୍ଣାଫରେନ୍ସ କରି କହିଥିଲେ ଯେ କେରଳ ରେ ବର୍ତ୍ତମାନ୍ କରୋନା କେଶ୍ କମିବାକୁ ଲାଗିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ କେରଳ ରେ ସର୍ବାଧିକ ଆକ୍ଟିଭ କେଶ୍ ଥିଲା ୧, ୪୪,୦୦୦। ଯାହା ସମଗ୍ର ଦେଶର ୫୨%ସକ୍ରିୟ ମାମଲା ଅଟେ । କିନ୍ତୁ ବର୍ତ୍ତମାନ୍ ଏହା ନିୟନ୍ତ୍ରିତ ହେବାରେ ଲାଗିଛି । ସ୍ବାସ୍ଥ୍ୟ ସଚିବ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ଯେ ପାର୍ବଣ ସମୟରେ ଭିଡ ସ୍ଥାନ ଠାରୁ ଦୂରେଇ ରହିବା ଆବଶ୍ୟକ। ଯେବେବି ଘରୁ ବାହାରୁଛନ୍ତି ମାସ୍କ ପିନ୍ଧିବା ନିହାତି ଜରୁରୀ ଅଟେ । କୌଣସି ସ୍ଥାନ କୁ ବର୍ତ୍ତମାନ୍ ସମୟରେ ଯାତ୍ରା କରିବା ଉଚିତ୍ ନୁହେଁ । ବିଶେଷ କରି ଭିଡ ସ୍ଥାନକୁ ନଯାଇ ଅତି ସାଧାସିଧା ଭାବରେ ପର୍ବ ପାଳନ କରିବା ଉଚିତ୍ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଅଦ୍ଭାଇଯୋରି ଜାରି କରାଯାଇଛି ।

ICMR ପକ୍ଷରୁ ବିଶେଷ ସୂଚନା ଦିଆଯାଇ କୁହାଯାଇଛି ଯେ ପାର୍ବଣ ସମୟରେ ଯାତ୍ରା କରିବା ଉଚିତ୍ ନୁହେଁ । ଯେଉଁ କାରଣରୁ ଅଧିକ
କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଅଧିକ ସାବଧାନ ରହିବା ଆବଶ୍ୟକ । ICMR ନିର୍ଦ୍ଦେଶକ କହିଛନ୍ତି ଯେ ବୁଷ୍ଟର ଡୋଜ୍ ନେବା ଆବଶ୍ୟକ ନାହିଁ , ବର୍ତ୍ତମାନ୍ ୨ଟି ଡୋଜ୍ ସମ୍ପୂର୍ଣ୍ଣ କରିବା ନିହାତି ଦରକାର । ଏହି ୨ଟି ଡୋଜ୍ ରେ ମଧ୍ୟ ଉନ୍ନତ ଧାରଣ ର ଆଣ୍ଟି ବଡି ବଢୁଛି ।

Comments are closed.