ନକାରାତ୍ମକ ଉର୍ଜା ଆମର ଆର୍ଥିକ , ଶାରୀରିକ ଓ ମାନସିକ ସ୍ଥିତି କୁ ଦୁର୍ବଳ କରିବାର କାରଣ ହୋଇଥାଏ l ସେଥିପାଇଁ ଆମକୁ ନିଜ ଜୀବନ ରୁ ନକାରାତ୍ମକ ଉର୍ଜା କୁ ଦୂରେଇ ରଖିବା ନିହାତି ଆବଶ୍ୟକ l ଯଦି ଏହା ଦୂର ନହେବ ଆମେ ଜୀବନ ରେ ଆଗକୁ ବଢି ପାରିବେ ନାହିଁ l
* ଭାରତୀୟ ବାସ୍ତୁ ଶାସ୍ତ୍ରରେ ନକାରାତ୍ମକ ପ୍ରଭାବ କୁ ଦୂରେଇବା ପାଇଁ ମୟୁର ଚନ୍ଦ୍ରିକା ରଖିବା ନିହାତି ଆବଶ୍ୟକ l ଏହାକୁ ନିଜ ଘରର ପୂଜା ସ୍ଥାନରେ ନିହାତି ରଖନ୍ତୁ l
* ସମୁଦ୍ର ଲୁଣ ବା ଗଡା ଲୁଣ ଘରର
ନକାରାତ୍ମକ ଶକ୍ତି କୁ ଅବଶୋଷିତ କରି ନେଇଥାଏ l ଯେତେବେଳ ଘର ପୋଛୁଛନ୍ତି ସେତେବେଳେ ଏହି ଲୁଣ କୁ ଘର ପୋଛିବା ରେ ବ୍ୟବହାର କରନ୍ତୁ l ଖରାପ ଶକ୍ତି ଘର ମଧ୍ୟକୁ ପ୍ରବେଶ ନକରିବା ପାଇଁ ଘରର ମୁଖ୍ୟ ଦ୍ୱାର ରେ ଲୁଣ ପାଣି ନିୟମିତ ଛିଞ୍ଚନ୍ତୁ l
* ଘରେ ଶାନ୍ତି ପୂର୍ଣ୍ଣ ସ୍ଥିତି ରଖିବା ପାଇଁ ନିୟମିତ ସନ୍ଧ୍ୟା ସମୟରେ ଘରେ ମହମବତୀ ଜଳାଇବା ଜରୁରୀ l ଯଦି ଏହି ମହମ ବତୀ ସୁଗନ୍ଧ ଯୁକ୍ତ ହୋଇଥିବ ତେବେ ଖୁବ ଭଲ ପ୍ରଭାବ ମିଳିବ l
* ଘରୁ ପୁରୁଣା କଳାକୃତି ବାହାର କରି ଦିଅନ୍ତୁ l ବେଳେ ପୁରୁଣା କଳାକୃତି ନକାରାତ୍ମକ ଶକ୍ତି କୁ ଆକର୍ଷିତ କରିଥାଏ l ତେଣୁ ଏଭଳି ବସ୍ତୁ ରଖିବା ଉଚିତ ନୁହେଁ l
* ଭଙ୍ଗା ଜିନିଷ ରେ ଖରାପ ଶକ୍ତି ରହିଥାଏ l ଏହା ନକାରାତ୍ମକ ଶକ୍ତି କୁ ଅଧିକ ବୃଦ୍ଧି କରି ଥାଏ l ଯେମିତିକି ଭଙ୍ଗା ବାସନ , ଶୁଖିଲା ଗଛ ଓ କଷ୍ଟ ଦେବାଭଳି କୌଣସି ଫଟୋ ଚିତ୍ର ରଖନ୍ତୁ ନାହିଁ l
* ନିୟମିତ ଘରେ ଅଗରବତୀ , କର୍ପୁର ଇତ୍ୟାଦି ଜଳାନ୍ତୁ l ଏହା ନକାରାତ୍ମକ ଶକ୍ତି କୁ ହ୍ରାସ କରିଥାଏ l ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିବା ବେଳେ କବାଟ ଝରକା ଖୋଲା ରଖନ୍ତୁ l