Odisha news

ମୋଦୀ – ବାଇଡେନଙ୍କ ବନ୍ଧୁତା ହେଲା ଆହୁରି ନିବିଡ଼, ୮ଟି ଡୀଲକୁ ନେଇ ହେଲା ଚୁକ୍ତି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ୩ଦିନିଆ ଆମେରିକା ଗସ୍ତ ରେ ଅନେକ ଗୁଡିଏ ରାଜିନାମା ସ୍ଵାକ୍ଷର ହୋଇଛି l ହ୍ୱାଇଟ ହାଉସ ରେ ୨୨ ତାରିଖ ଦିନ ହୋଇଥିବା ବୈଠକ ରେ ଗୋଟିଏ ପରେ ଗୋଟିଏ ଚୁକ୍ତିରେ ମୋହର ଲାଗି ଚାଲିଥିଲା l ଏଥିରେ ଭାରତର ସେମିକଣ୍ଡକ୍ଟର ପ୍ଲାଣ୍ଟ, ରେଳବାଇ ରେ ଉନ୍ନତି, ଡ୍ରୋନ, ଜେଟ ଇଂଜନ ଓ ସ୍ପେସ ସେକ୍ଟର କୁ ନେଇ ଚୁକ୍ତି ହୋଇଛି l ଭାରତ ଓ ଆମେରିକା ମଧ୍ୟରେ ଜଟିଳ ଯାନ୍ତ୍ରିକ କୁ ସୁରକ୍ଷିତ ରଖିବା ଓ ଉଭୟ ଉଭୟଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚୁକ୍ତି ହୋଇଛି l ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ବଡ଼ କମ୍ପାନୀ ମାନଙ୍କ ସହିତ ବୈଠକ କରି ସେମାନଙ୍କୁ ଭାରତରେ ନିବେଶ କରିବା ପାଇଁ ଆମନ୍ତ୍ରିତ କରିଥିଲେ l

ଆସନ୍ତୁ ଗୋଟିଏ ନଜର ପକାଇବା ପ୍ରଧାନମନ୍ତ୍ରୀ ମୋଦୀ ଭାରତ ପାଇଁ କେଉଁସବୁ ଖୁସି ଖବର ନେଇ ଆସିବେ ?

୧ – ଗୁଜୁରାଟ ରେ ଲାଗିବ ସେମିକଣ୍ଡକ୍ଟର ପ୍ଲାଣ୍ଟ –
ଆମେରିକା ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରୋନ ଗୁଜୁରାଟ ରେ ନିଜର ପ୍ଲାଣ୍ଟ ସ୍ଥାପନା କରିବ l ଏଥିପାଇଁ କମ୍ପାନୀ ପକ୍ଷରୁ ୨.୭ ଆରବ ଡଲାର ନିବେଶ କରାଯିବ l ମିଳିଥିବା ରିପୋର୍ଟ ଅନୁସାରେ ଏହି ରାଜିନାମା ଅନୁସାରେ ଆମେରିକୀୟ ସେମିକଣ୍ଡକ୍ଟର କମ୍ପାନୀ କୁ ୧.୩୪ ଆରବ ଡଲାର ର ପ୍ରଡକ୍ସନ – ଲିଙ୍କଡ଼ ଇନସେଣ୍ଟିବ ଲାଭ ମିଳିବ l

୨ – ଭାରତୀୟ ରେଳ ପାଇଁ ଖୁସି ଖବର –
ଭାରତୀୟ ରେଳ ୟୁନାଇଟେଡ଼ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନେଶନାଲ ଡେଭେଲପମେଣ୍ଟ ସହିତ MoU ରେ ହସ୍ତାକ୍ଷର କରିଛି l ଏହାଛଡା କ୍ଲିନ ଏନର୍ଜି ଓ ଶକ୍ତି କ୍ଷେତ୍ରରେ ଭାରତ ସହିତ ସହଯୋଗକୁ ନେଇ ଚୁକ୍ତି ହୋଇଛି l

୩ – ଅର୍ଟେମିସ ଏକାଡ଼ର୍ଷ ଚୁକ୍ତି –
ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଆମେରିକା ଗସ୍ତକୁ ଯେଉଁ ବିଶେଷ ଚୁକ୍ତିରେ ମୋହର ଲାଗିଛି ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ‘ ଅର୍ଟେମିସ ଏକାଡ଼ର୍ଷ ‘ ଶାମିଲ ରହିଛି l ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ଙ୍କ ମଧ୍ୟରେ ଅନ୍ତରୀକ୍ଷ ସହଯୋଗ କୁ ବୃଦ୍ଧି କରିବା l ନାସା ଓ ଇସ୍ରୋ ୨୦୨୪ ରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଗୋଟିଏ ସଂଯୁକ୍ତ ମିଶନ କୁ ନେଇ ସହମତ ହୋଇଛନ୍ତି l

୪ – ଫାଇବର ଜେଟ ଇଂଜନ ପ୍ଲାଣ୍ଟ –
ଭାରତରେ GE ଏୟାରସ୍ପେସ କମ୍ପାନୀ ର ଇଂଜନ ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ତିଆରି ହେବ l ଏହାପରେ ଫାଇବର ଜେଟ ଇଂଜନ ଭାରତରେ ତିଆରି ହେବା ଆରମ୍ଭ ହୋଇଯିବ l ଏଥିରେ ଭାରତର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ ଜିଇ ଏୟାରସ୍ପେସ ର ସାହାଯ୍ୟ କରିବ l ଏହାଦ୍ୱାରା ଭାରତୀୟ ବାୟୁସେନା ସଶକ୍ତ ହେବ ଓ ତାର ଶକ୍ତି ବୃଦ୍ଧି ହେବ l

୫ – ଇଣ୍ଡକ୍ସ -ଏକ୍ସ ର ଆରମ୍ଭ –
ଭାରତ ଓ ଆମେରିକା ମିଳିତ ଭାବରେ ୟୁଏସ -ଇଣ୍ଡିଆ ଡିଫେନ୍ସ ଏକଶିଲେସନ ଇକୋସିଷ୍ଟମ ଆରମ୍ଭ କରିବା ପାଇଁ ସହମତି ହୋଇଛନ୍ତି l ଏଥିରେ ଉଭୟ ଦେଶଙ୍କ ବିଶ୍ୱବିଦ୍ୟାଳୟ, ଷ୍ଟାର୍ଟଅପ୍ସ, ଇଣ୍ଡଷ୍ଟ୍ରି ଓ ଥୀଙ୍କ ଟ୍ୟାକ୍ସ ଶାମିଲ ରହିବେ l ଏହି ଚୁକ୍ତି ଅନୁସାରେ ମିଳିତ ଭାବରେ ରକ୍ଷା ଟେକ୍ନୋଲୋଜି ସମ୍ବନ୍ଧୀୟ ନୂତନ ଉଦ୍ଭାବନ ଦେଖିବାକୁ ମିଳିବ l

୬ – iCET ଆରମ୍ଭ କରିବାର ଘୋଷଣା –
ଭାରତ ଓ ଆମେରିକା ଉଭୟ ଦେଶ ମଧ୍ୟରେ ଜଟିଳ ଟେକ୍ନୋଲୋଜି କୁ ସୁରକ୍ଷିତ ରଖିବା ଓ ଉଭୟ ଉଭୟ ଙ୍କୁ ସହାୟତା କୁ ଚୁକ୍ତି ହୋଇଛି l ଏହା ସହିତ ଇନିସିଏଟିଭ ଅଂ କ୍ରିଟିକାଲ ଏଣ୍ଡ ଇମରଜିଙ୍ଗ ଟେକ୍ନୋଲୋଜି ର ଆରମ୍ଭ ମଧ୍ୟ କରାଯାଇଛି l

୭ – ପ୍ରିଡେଟର ଡ୍ରୋନ –
ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେନେରାଲ ଏଟୋମିକ୍ସ ଏମକ୍ୟୁ -9 ରିପର ଶାସ୍ତ୍ର ଡ୍ରୋନ କିଣିବାକୁ ନେଇ ଗୋଟିଏ ମେଗା ଡୀଲ ର ଘୋଷଣା କରିଛନ୍ତି l ଏମକ୍ୟୁ -9 ରିପର ଡ୍ରୋନ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଖୁବ ଜରୁରୀ ଅଟେ l ଏହା ଭାରତର ଅଂତରରାଷ୍ଟ୍ରୀୟ ସୀମା କୁ ଶରକ୍ଷା ଦେବ l

୮ – ଭାରତରେ ୨ଟି ନୂଆ ଆମେରିକା ଦୂତାବାସ –
ଆମେରିକା ଭାରତର ବେଙ୍ଗାଲୁରୁ ଓ ଅହମଦାବାଦ ରେ ୨ଟି ବାଣିଜ୍ୟ ଦୂତାବାସ ଖୋଲିବାକୁ ଯାଉଛି l ଏହାଛଡା ଭାରତୀୟ ମାନଙ୍କ ମଧ୍ୟରେ ସମ୍ବନ୍ଧ ବଢାଇବା ପାଇଁ ସିଏଟଲ ରେ ଗୋଟିଏ ମିଶନ ସ୍ଥାପିତ କରାଯିବ l

Leave A Reply