Odisha news

ମେଣ୍ଟାଲ ହେଲ୍ଥ କୁ ବୁଷ୍ଟ କରିଥାଏ ହାପି ହର୍ମୋନ, ସେଗୁଡିକୁ ଏଭଳି ଭାବରେ ନିଜ ମଧ୍ୟରେ କରନ୍ତୁ ବୁଷ୍ଟ

0

ଆଜିର ଉତେଜନା ପୁର୍ଣ ଜୀବନ ରେ ସମସ୍ତଙ୍କର ମାନସିକ ଶାନ୍ତି ଓ ଖୁସି ରହିବା ଖୁବ ଜରୁରୀ l କାହିଁକି ନ ଉତେଜନା ଆପଣଙ୍କୁ ମାନସିକ, ଶାରୀରିକ ଏବଂ ଭାବନାତ୍ମକ ଭାବରେ ପ୍ରଭାବିତ କରିଥାଏ l ମଣିଷ ର ମାନସିକ ସନ୍ତୁଳନ ସ୍ଥିର ରଖିବା ପାଇଁ ହର୍ମୋନ ସନ୍ତୁଳନ ରହିବ ନିହାତି ଜରୁରୀ ଅଟେ l ସେଥିପାଇଁ ଆପଣ ଜାଣି ରଖିବା ଜରୁରୀ ଯେ କେଉଁ ହର୍ମୋନ କେଉଁ କାର୍ଯ୍ୟ କରିଥାଏ, ଯାହାକି ଭଲ ମେସେଜ ବ୍ରେନ କୁ ଦେଇଥାଏ l

ପ୍ରଥମେ ଜାଣିବା ହାପି ହର୍ମୋନ କଣ –
ଆମର ଶାରୀରିକ ପ୍ରତିକ୍ରିୟା କୁ ନେଇ ଭାବନାତ୍ମକ ସ୍ୱାସ୍ଥ୍ୟ କୁ ରେଗୁଲେଟ କରିବାରେ ହର୍ମୋନ ର ସବୁଠୁ ବଡ଼ ଭୂମିକା ରହିଥାଏ l ହର୍ମୋନ ଭୋକ ଲାଗିବାରୁ ନେଇ ଦୁଃଖ ଲାଗିବ ପର୍ଯ୍ୟନ୍ତ ସବୁକିଛି ଅନୁଭବ କରାଇଥାଏ l ହର୍ମୋନ ଶରୀରରେ ଗୋଟିଏ ମେସେଞ୍ଜର ଭଳି କାର୍ଯ୍ୟ କରିଥାଏ l

– ଅକ୍ସିଟୋସିନ –
ଅକ୍ସୀଟୋସିନ ନାମକ ହର୍ମୋନ ସେତେବେଳେ ଆପଣଙ୍କ ଶରୀରରୁ ନିର୍ଗତ ହୋଇଥାଏ ଯେତେବେଳେ ଆପଣ କାହା ସହିତ ପ୍ରେମ କିମ୍ବା ସ୍ନେହ ସମ୍ବନ୍ଧ ରେ ରହି ଥାଆନ୍ତି l ଛୁଆ ଜନ୍ମ ନେବାପରେ ଓ ନର୍ସିଙ୍ଗ ସମୟରେ ଏହା ମହିଳା ମାନଙ୍କ ଶରୀରରୁ ଦ୍ରୁତ ଗତିରେ ନିର୍ଗତ ହୋଇଥାଏ l ଏହାକୁ ଲଭ ହର୍ମୋନ ମଧ୍ୟ କୁହାଯାଏ l

– ଡୋପାମାଇନ-
ଡୋପାମାଇନକୁ ମଧ୍ୟ ହାପି ହର୍ମୋନ କୁହାଯାଇ ଥାଏ l ଏହା ଆପଣଙ୍କୁ ଖୁସି ଅନୁଭବ କରାଇଥାଏ l ସେହି ସମୟରେ ନିର୍ଗତ ହୋଇଥାଏ , ଯେତେବେଳେ ମସ୍ତିଷ୍କ କୁ ଲାଗିଥାଏ ତାକୁ କୌଣସି ପୁରସ୍କାର ମିଳିବାର ଅଛି ଓ ଖୁସି ଅନୁଭବ କରିଥାଏ l

– ସିରଟୋନିନ-
ଏହି ହର୍ମୋନକୁ ଫିଲ ଗୁଡ଼ ହର୍ମୋନ କୁହାଯାଏ l ସେରୋଟନୀନ ହର୍ମନ ଚିନ୍ତା ଓ ଅବସାଦ ଦୂର କରିବରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ମୁଡ଼ କୁ ଠିକ ଓ ଖୁସି ରଖିଥାଏ, ଏହାକୁ ଆମେ ଯୋଗ ଓ ମେଡ଼ିଟେସନ, ବାହାରେ ରାତ୍ରୀ ଭ୍ରମଣ କରିବା ଦ୍ୱାରା ବୁଷ୍ଟ କରିପାରିବା l

– ଏଣ୍ଡୋର୍ଫିନ ହର୍ମୋନ –
ବିସେଷ ଭାବରେ ଏହି ହର୍ମନ ବ୍ୟାୟାମ ସହିତ ଜଡିତ l ହାର୍ଟ ଏକ୍ସରସାଇଜ ଏଣ୍ଡରଫିନ ହର୍ମନ ବୃଦ୍ଧି କରିବାର ସର୍ବୋତମ ଉପାୟ l ଖୁସିର ମୁହୂର୍ତ୍ତ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଏହି ଶକ୍ତିଶାଳୀ ହର୍ମନ ପ୍ରକୃତିକ ଭାବରେ ଯନ୍ତ୍ରଣା କୁ କମ କରିବାରେ ସାହାଯ୍ୟ କରିଥାଏ l

ଏହିସବୁ ହର୍ମନ ବିଶେଷ କିଛିଟା ମାଧ୍ୟମ ଦେଇ ନିର୍ଗତ ହୋଇଥାଏ l
– ନିୟମିତ ବ୍ୟାୟାମ ଦ୍ୱାରା ହୋଇଥାଏ l
– ଯେତେ ଅଧିକ ପାଉଛନ୍ତି ମନ ଖୋଲି ହସନ୍ତୁ l
– ରୋଷେଇ କରିବା ସହ ନିଜ ମନ ପସନ୍ଦ ଖାଦ୍ୟ ଖାଆନ୍ତୁ l
– ନିଜର ପସନ୍ଦ ସଂଗୀତ ଶୁଣିବା ସହିତ ନୃତ୍ୟ କରନ୍ତୁ l
– ମେଡିଟେସନ ଓ ଯୋଗାସନ ନିହାତି କରନ୍ତୁ l

Leave A Reply